oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ପାର୍ଥ ଚାଟାର୍ଜୀଙ୍କ ଗିରଫ ନେଇ ମୁହଁ ଖୋଲିଲେ ମମତା: କହିଲେ, ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡ ଦେଲେ ବି ମନ ଦୁଃଖ ହେବନି

25/07/2022 at 6:08 PM

କୋଲକାତା: ପଶ୍ଚିମବଙ୍ଗ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି କରି ଇଡି ଦ୍ୱାରା ଗରିଫ ହୋଇଛନ୍ତି। ଏହି ଘଟଣାରେ କିଛିଦିନ ନିରବ ରହିବା ପରେ ଆଜି ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦି ପାର୍ଥ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଆଜୀବନ କାରାଦଣ୍ଡ ହେଲେ ମୋର କିଛି ଯାଏ ଆସ ନାହିଁ।

ସ୍କୁଲ ସର୍ଭିସ କମିସନରେ ଦୁର୍ନୀତି କରି ଇଡି ଦ୍ୱାରା ଧରାପଡ଼ିବା ପରେ ଗିରଫ ହୋଇଥିଲେ ଟିଏମ୍‌ସି ବରିଷ୍ଠ ନେତା ତଥା ରାଜ୍ୟ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ। ଏହାପରେ ଇଡି ପାର୍ଥଙ୍କ ନିକଟରୁ ୩ଟି ଫ୍ଲାଟ ସହ ଅନେକ ଆୟବହିର୍ଭୁତ ସମ୍ପତ୍ତି ସିଜ୍ କରିଥିଲା। ପାର୍ଥଙ୍କ ଗିରଫ ହେବା ପରେ ତାଙ୍କ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କ ଘରୁ ୨୧ କୋଟି ନଗଦ ଟଙ୍କା ସହ ୧ କୋଟି ଟଙ୍କାର ଗହଣା ଜବତ ହୋଇଥିଲା।

ଏହି ଘଟଣାରେ ବିଜେପି ଟିଏମ୍‌ସିକୁ ବାରମ୍ବାର ଟାର୍ଗେଟ୍ କରିଥିଲେ ବି ମମତା କିନ୍ତୁ ୨ଦିନ ଧରି ନିରବ ଥିଲେ। ହେଲେ ଆଜି ପ୍ରଥମ ଥର ପାଇଁ ସେ ମୁହଁ ଖୋଲିଛନ୍ତି।  ସେ କହିଛନ୍ତି “ ମୁଁ ବ୍ୟକ୍ତିଗତ ଭାବେ ଆଘାତ ପାଇଛି। ମୁଁ ଭାବି ପାରୁନି ସେ ଏମିତି କରିଥିବ। ମୁଁ ଚାହୁଁଛି ଯେ ସତ ଠିକ୍ ସମୟରେ ସାମ୍ନାକୁ ଆସୁ। ମୁଁ ଭ୍ରଷ୍ଟାଚାରକୁ ସମର୍ଥନ କରେନି କି ସବୁ ଲୋକ ସମାନ ହେବେନି।” ଯଦି ପାର୍ଥ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଆଜୀବନ କାରାବାସ ହେଲେ ବି ମୋର ମନ ଦୁଃଖ ହେବନି ବୋଲି ମମତା କହିଛନ୍ତି।

ଏହି ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ମମତା। ତେବେ ଯଦି ଏଜେନ୍ସିମାନଙ୍କୁ ବ୍ୟବହାର କରି ବିଜେପି ମୋ ପାର୍ଟି ଭାଙ୍ଗିଦେବାକୁ ଚାହୁଁଛି ତେବେ ତାହା ହେଇପାରିବନି ବୋଲି ମମତା କହିଛନ୍ତି।

ମମତା କହିଛନ୍ତି ” ଯଦି କେହି ଦୋଷୀ ସାବ୍ୟସ୍ତ ହେବେ ତେବେ ସେ ଦଣ୍ଡିତ ହେବା ନିହାତି ଦରକାର। କିନ୍ତୁ ମୋ ବିରୋଧରେ କୌଣସି ପ୍ରକାରର ଷଡଯନ୍ତ୍ରକୁ ମୁଁ ନିନ୍ଦା କରୁଛି। କିନ୍ତୁ ଠିକ୍ ସମୟରେ ସତ ନିହାତି ପଦାକୁ ଆସିବା ଦରକାର।”

   Related Posts