krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱକପ୍ ୨୦୨୩ : କୋଲକାତାରେ ପାକିସ୍ତାନ-ଇଂଲଣ୍ଡ ଫାଇଟ୍‌, ସେମି ପାଇଁ ବଡ଼ ବିଜୟ ଦରକାର

11/11/2023 at 9:07 AM

କୋଲକାତା ୧୧।୧୧ : ଦିନିକିଆ ବିଶ୍ୱକପ୍‌ । ଚଳିତ ବିଶ୍ୱକପ୍‌ରେ ଶନିବାର ଲିଗ୍‌ ପର୍ଯ୍ୟାୟର ବହୁ ଚର୍ଚ୍ଚିତ ମୁକାବିଲା ରହିଛି। ଇଡେନ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ଡ । ରାସ୍ତା କଠିନ ଥିଲେ ହେଁ ଏହି ମ୍ୟାଚ୍‌ ପାକିସ୍ତାନକୁ ସେମି ଫାଇନାଲ୍‌ରେ ପହଞ୍ଚାଇ ପାରିବ । ସେମି ଫାଇନାଲ୍‌ରେ ପ୍ରବେଶ କରିବାକୁ ହେଲେ ପାକିସ୍ତାନକୁ ଅତି କମ୍‌ରେ ୨୮୭ ରନରେ ବିଜୟ ହାସଲ କରିବାକୁ ପଡ଼ିବ । ଏତେ ବଡ଼ ବ୍ୟବଧାନରେ ବିଜୟ ଏକ ପ୍ରକାର ଅସମ୍ଭବ ମନେ ହେଉଥିଲେ ହେଁ ପାକିସ୍ତାନ ସବୁ ଶକ୍ତି ଲଗାଇବାକୁ ପ୍ରସ୍ତୁତ ଥିବା ଅଧିନାୟକ ବାବର ଆଜମ କହିଛନ୍ତି । ଇଂଲଣ୍ଡ ସେମି ଦୌଡ଼ରୁ ବାଦ ପଡ଼ି ସାରିଛି । କେବଳ ଚାମ୍ପିଅନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବାକୁ ଦଳ ଲକ୍ଷ୍ୟ ରଖିଛି ।

କେବଳ ଐଶ୍ୱରୀୟ ଶକ୍ତି ହିଁ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ କରିପାରିବ । ଉକ୍ତ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କଲେ ଇଂଲଣ୍ଡକୁ ଅତି କମ୍‌ରେ ୨୮୭ ରନ୍‌ ବ୍ୟବଧାନରେ ହରାଇବାକୁ ହେବ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କଲେ ପାକିସ୍ତାନର ସେମି ଆଶା ଧୂଳିସାତ୍‌ ହୋଇଯିବ । ଇଂଲଣ୍ଡକୁ ୫୦ରେ ଅଲ୍‌ ଆଉଟ୍‌ କରି ୨ଓଭରରେ ଲକ୍ଷ୍ୟ ହାସଲ କରିବ । ୧୦୦ରନ୍‌ରେ ଅଲ୍‌ ଆଉଟ୍‌ କଲେ ୩ ଓଭରରେ ଲକ୍ଷ୍ୟ ହାସଲ କରିବ କିମ୍ବା ୧୫୦ ରନ୍‌ରେ ଅଲ୍‌ ଆଉଟ୍‌ କଲେ ୩.୪ଓଭରରେ ମ୍ୟାଚ୍‌ ଜିତିବାକୁ ହେବ । ଏହା ସମ୍ଭବ ହେଲେ ପାକିସ୍ତାନ ରନ୍‌ ରେଟ୍‌ରେ ନ୍ୟୁଜିଲାଣ୍ଡକୁ ପଛରେ ପକାଇବ ।

ସେମିରେ ପ୍ରବେଶ କରିବା ପାଇଁ ଆଉ କିଛି ପରିସଂଖ୍ୟାନ ରହିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କଲେ ୩୦୦ ରନ୍‌ ସଂଗ୍ରହ କରିବ ଓ ଇଂଲଣ୍ଡକୁ ୧୩ ରନ୍‌ରେ ଅଲ୍‌ ଆଉଟ୍‌ କରିବ । ୪୦୦ ରନ୍‌ କଲେ ଇଂଲଣ୍ଡକୁ ୧୧୨ରନ୍‌ରେ ଅଲ୍‌ ଆଉଟ କରିବାକୁ ହେବ । ୪୫୦ ରନ୍‌ କଲେ ୧୬୨ ରନ୍‌ ଓ ୫୦୦ ରନ୍‌ କଲେ ଇଂଲଣ୍ଡ ୨୧୧ ରନ୍‌ରେ ଅଟକାଇବାକୁ ହେବ ।

୨୦୧୫ ବିଶ୍ୱକପ୍‌ ପରେ ଉଭୟ ଦଳ ଦିନିକିଆରେ ପରସ୍ପରକୁ ୧୮ଥର ଭେଟିଛନ୍ତି । ଏଥିରୁ ଇଂଲଣ୍ଡ ୧୪ଟି ମ୍ୟାଚ୍‌ ଜିତିଛି । ମାତ୍ର ବିଶ୍ୱକପ୍‌ରେ ପାକିସ୍ତାନର ରେକର୍ଡ ଉନ୍ନତ ରହିଛି । ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ ୧୦ଥର ଭେଟିଛନ୍ତି । ଏଥିରୁ ପାକିସ୍ତାନ ୫ଟି ମ୍ୟାଚ୍‌ ଜିତିଥିବାବେଳେ ଇଂଲଣ୍ଡ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ।

ଇଡେନ ଗାର୍ଡେନ୍ସ ପିଚ୍‌କୁ ଆଦର୍ଶ ମାନ୍ୟତା ମିଳିପାରିବ । ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ପିଚ୍‌ ସବୁ ବିଭାଗକୁ ସହାୟତା କରୁଥିବା ଦେଖିବାକୁ ମିଳିଛି । ଉଭୟ ପେସ୍‌ ବୋଲର ଓ ସ୍ପିନର ପିଚ୍‌ର ଫାଇଦା ଉଠାଇ ପାରିବେ । ଟସ୍‌ ବିଜୟୀ ଦଳ ବ୍ୟାଟିଂ କରିବା ନିଶ୍ଚିତ ।

ସମ୍ଭାବ୍ୟ ଦଳ :-
ପାକିସ୍ତାନ: ଫଖାର ଜମାନ, ଅବଦୁଲ୍ଲା ଶଫିକ, ବାବର ଆଜମ(ଅଧିନାୟକ) ମହମ୍ମଦ ରିଜୱାନ, ସୌଦ ସକିଲ, ଇଫତିଖର ଅହମ୍ମଦ, ଆଘା ସଲମାନ, ହାସାନ ଅଲି, ମହମ୍ମଦ ୱାସିମ, ସହିନ ଆଫ୍ରିଦି, ହ୍ୟାରିସ ରୌଫ ।

ଇଂଲଣ୍ଡ: ଜନି ବେୟାରଷ୍ଟୋ, ଦାୱିଦ ମଲାନ, ଜୋ ରୁଟ୍‌, ବେନ ଷ୍ଟୋକ୍ସ, ହ୍ୟାରୀ ବ୍ରୁକ୍‌, ଜୋସ ବଟଲର(ଅଧିନାୟକ), ମୋଇନ ଅଲି, କ୍ରିସ ୱକ୍ସ, ଡେଭିଡ୍‌ ୱିଲି, ଗସ ଆଟକିନସନ, ଆଦିଲ ରସିଦ ।

   Related Posts