ବ୍ୟାନ୍ ପରେ ବି ବ୍ୟବହାର ହେଉଛି ପଲିଥିନ୍, ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ହେବ ଚଢାଉ
7/06/2019 at 10:44 AM

ଭୁବନେଶ୍ବର ୭|୬: ପଲିଥିନ୍ ବ୍ୟବହାର ଉପରେ କଟକଣା ଜାରି ହେବାର ୮ ମାସ ପରେ ବି ରାଜଧାନୀର ବିଭିନ୍ନ ସ୍ଥାନରେ ଏବେବି ପଲିଥିନ୍ ବ୍ୟବହାର କରାଯାଉଛି । ପ୍ରଶାସନ ପକ୍ଷରୁ ଏନେଇ ବାରମ୍ବାର ବାରଣ କରାଯାଉଥିଲେ ବି ବ୍ୟବସାୟୀ ପଲିଥିନ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।
ତେଣୁ ଆଜିଠାରୁ ପୁଣି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢାଉ କରାଯିବ । ଏଥିପାଇଁ ୨ଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଛି । ଟିମ୍ ରେ ବିଏମସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଓ ପୋଲିସ ରହିବେ ।
ରାଜଧାନୀର ବିଭିନ୍ନ ହାଟ, ବଜାର, ସପିଂ ମଲ୍, ଭେଣ୍ଡିଂ ଜୋନର୍ରେ ଚଢାଉ କରାଯିବ । ଆବଶ୍ୟକସ୍ଥଳେ ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେବା ସହ ଟ୍ରେଡ୍ ଲାଇସେନ୍ସ ବାତିଲ ମଧ୍ୟ କରାଯିବ । ପୂର୍ବରୁ ୨୦୧୮ ଅକ୍ଟୋବର ୨ରୁ ରାଜ୍ୟରେ ପଲିଥିନ ବ୍ୟବହାର ବ୍ୟାନ୍ କରାଯାଇଛି ।