ମନି ଲଣ୍ଡରିଂ ମାମଲାରେ ଜେଟ୍ ଏୟାରଓ୍ବେଜ୍ର ପୂର୍ବତନ ସିଇଓଙ୍କ ଘରେ ରେଡ୍
5/03/2020 at 8:50 AM

ମୁମ୍ବାଇ ୦୪।୦୩: ଜେଟ ଏୟାରଓ୍ବେଜ୍ର ପୂର୍ବତନ ସିଇଓ ନରେଶ ଗୋୟଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢାଉ କରାଯାଇଛି । ମନି ଲଣ୍ଡରିଂ ମାମଲାରେ ଇଡି ଚଢାଉ କରିଥିବା ସୂଚନା ରହିଛି । ବୁଧବାର ଦିନ ନରେଶଙ୍କୁ ଡାକି ପଚରାଉଚରା ରଖିଛି ଇଡି।

ରେଡ୍ ପୂର୍ବରୁ ଫରେନ ଏକ୍ସଚ୍ୟାଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ( ଫେମା) ଅଧୀନରେ ଇଡି ଦିଲ୍ଲୀ ଏବଂ ମୁମ୍ବାଇର 12 ଟି ସ୍ଥାନରେ ଚଢାଉ କରିଥିଲା। ଇଡି ପକ୍ଷରୁ ହୋଇଥିବା ଚଢାଉରୁ ନରେଶ ଗୋୟଲଙ୍କ ୧୯ ଟି କମ୍ପାନୀ ବିଷୟରେ ସୂଚନା ମିଳିଥିଲା, ସେଥିମଧ୍ୟରୁ ୫ଟି କମ୍ପାନୀ ବିଦେଶରେ ପଞ୍ଜିକୃତ ହୋଇଛି। ଚଢାଉରେ ସନ୍ଦେହଜନକ ଭାବେ ନରେଶ ନିଜର କାରବାର ମାଧ୍ୟମରେ ବିଦେଶକୁ ଟଙ୍କା ପଠାଇ ଆଇନ ଉଲ୍ଲଂଘନ କରିଛନ୍ତି | ସେହିପରି ରେଡ୍ ସମୟରେ ବିଦେଶୀ କମ୍ପାନୀମାନଙ୍କୁ ଦିଆଯାଇଥିବା ଟଙ୍କା ଦେଣନେଣର ଡିଜିଟାଲ୍ ପ୍ରମାଣପତ୍ର ଓ କାଗଜପତ୍ର ଇଡି ଜବତ କରିଛି ବୋଲି ସୂଚନା ମିଳିଛି ।
ସୂଚନାନୁସାରେ, ନରେଶ ଗୋୟଲଙ୍କ ବିରୋଧରେ ଇଡି ଏକ ନୂଆ ମାମଲା ଦାୟର କରିଛି। ବୁଧବାର ରାତିରେ ମୁମ୍ବାଇରେ ନରେଶ ଗୋୟଲଙ୍କ ଘରେ ବରିଷ୍ଠ ଇଡି ଅଧିକାରୀ ପହଞ୍ଚି ରେଡ୍ କରିଥିଲେ | ଇଡି ଅଧିକାରୀମାନେ ମଧ୍ୟ ନରେଶ ଗୋୟଲଙ୍କୁ ପ୍ରଶ୍ନ କରିଥିଲେ।