ରାଜ୍ୟରେ ପାୱାର କଟ୍ ହେଉନାହିଁ, ଭିତ୍ତିଭୂମି ଅଭାବରୁ ବିଦ୍ୟୁତ ସମସ୍ୟା ଉପୁଜୁଛି : ଶକ୍ତି ମନ୍ତ୍ରୀ
10/06/2023 at 1:02 PM

ଭୁବନେଶ୍ବର ୧୦।୬: ରାଜ୍ୟରେ ପାୱାର କଟ୍ କେଉଁଠି ହେଉନାହିଁ, ଭିତ୍ତିଭୂମି ଅଭାବରୁ ବିଦ୍ୟୁତ ସମସ୍ୟା ଉପୁଜୁଛି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ପବନ ହେଲେ ବିଦ୍ୟୁତ କାଟ୍ କରାଯାଉଛି । ଆମେ କାଟିବାକୁ ବାଧ୍ୟ ବୋଲି ମନ୍ତ୍ରୀ କହିଛନ୍ତି । କାଳବୈଶାଖୀ ଦ୍ୱାରା ଅନେକ ସ୍ଥାନରେ ଖୁଣ୍ଟ ପଡ଼ିଯାଇଛି । ଖୁଣ୍ଟ ଲଗାଇ, ତାର ଲଗାଇବା ସମୟ ସାପକ୍ଷ । ଆଖି ପିଛୁଳାକେ ତାହା ହୋଇଯିବନାହିଁ । ଯେଉଁଠି ଦୁଇ ତିନି ଘଣ୍ଟା ବିଦ୍ୟୁତ କଟୁଛି ତାହା ଭିତ୍ତିଭୂମି ଅଭାବ ପାଇଁ ହେଉଛି । ରାଜ୍ୟରେ ବିଦ୍ୟୁତ ଅଭାବ ନାହିଁ ।
ଭିତ୍ତିଭୂମି ଅଭାବରୁ ଉପଭୋକ୍ତାମାନେ ଅନେକ କ୍ଷେତ୍ରରେ ପାୱାର ସପ୍ଲାଇରୁ ବଞ୍ଚିତ ହେଉଛନ୍ତି । ଉପଭୋକ୍ତାମାନେ ଯେଉଁ ହାରରେ ବିଦ୍ୟୁତ ବ୍ୟବହାର କରୁଛନ୍ତି, ଭିତ୍ତିଭୂମି ସୁଦୃଢ଼ ନଥିବାରୁ ଅନେକ କ୍ଷେତ୍ରରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଭଳି ସମସ୍ୟା ଉପୁଜୁଛି ।
You Can Read :