ଗଞ୍ଜାମ ବସ୍ ଟ୍ରାଜେଡି : ବିଭାଗୀୟ ମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲା ଶକ୍ତି ବିଭାଗ, ତର୍ଜମା ପରେ ଆକ୍ସନ

Published By : Prameya-News7 Bureau | February 10, 2020 IST

ଭୁବନେଶ୍ବର ୧୦।୨: ଗଞ୍ଜାମ ବସ୍ ଟ୍ରେଜେଡିର ରପୋର୍ଟ ଦେଲା ଶକ୍ତି ବିଭାଗ । ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ବିଦ୍ୟଶଙ୍କର ମିଶ୍ର ଙ୍କୁ  ବିବାଗ ପକ୍ଷରୁ ଏହି ରିପୋର୍ଟ  ଦିଆଯଆଇଛି । ରବିବାର ଗଞ୍ଜାମ ଜିଲ୍ଲା ମେଣ୍ଡରାଜପୁରରେ ବିଦ୍ୟୁତ୍ ତାର ଲାଗି ବସ୍ ରେ ନିଆଁ ଲାଗିଯାଇଥିଲା । ସେହି ଦୁର୍ଘଟଣାରେ  ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ତଦନ୍ତ ରିପୋର୍ଟ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ ପରେ ଘଟଣାର ତର୍ଜମା ପାଇଁ କିଛି ସମୟ ମଧ୍ୟରେ ଶକ୍ତିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ଜରୁରୀ ବୈଠକ । ବୈଠକରେ ଶକ୍ତି ବିଭାଗର ସଚିବ, ବରିଷ୍ଠ ଅଧିକରୀଙ୍କ ସହ ପରିବହନ ବିଭାଗ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେବେ ।

ସୂଚନାଯୋଗ୍ୟ ଯେ, ଗତକାଲି ଗଞ୍ଜାମ ଜିଲ୍ଲା ମେଣ୍ଡରାଜପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବସ୍ ଜଳିଯିବା ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୨୫ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ଭିତରୁ ବ୍ରହ୍ମପୁର ଏମକେସିଜିରେ ୧୮ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ, କଟକ ବଡ ମେଡିକାଲରେ ୭ ଜଣଙ୍କ ଚିକିତ୍ସା ଚାଲିଛି । ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଗୁରୁତରଙ୍କ ମଧ୍ୟରେ ୫ ମହିଳା ଓ ୨ ପୁରୁଷ ଅଛନ୍ତି । ୭ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ପୁଅର ନିର୍ବନ୍ଧ ପାଇଁ ହସଖୁସିରେ ବାହାରିଥିବା ଏକ ପରିବାରର ସ୍ବପ୍ନ ଛାରଖାର ହୋଇଯାଇଛି । ମେଣ୍ଡରାଜପୁର ଗାଁରୁ ଚିକରଡା ଯାଉଥିଲା ବସ୍ । ଡଙ୍ଗଲପାଡୁ ଗାଁର ଓମ୍ ହରିଙ୍କ ବିବାହ ଚକରଡା ଗାଁର ପଦ୍ମାଙ୍କ ସହ ଆସନ୍ତା ମଙ୍ଗଳବାର ଦିନ ହେବ ବୋଲି ସ୍ଥିର ହୋଇଥିଲା । ଏଥିପାଇଁ ଗତକାଲି ନିର୍ବନ୍ଧ କରିବାକୁ ତାଙ୍କ ପରିବାର ଲୋକ ବସରେ ଯାଉଥିଲେ । ଏହି ସମୟରେ ଗାଁ ରାସ୍ତାରେ ତଳକୁ ଝୁଲି ରହିଥିବା ୧୧କେଭି ବିଦ୍ୟୁତ୍ ତାର ବସର ଛାତ ଉପର କ୍ୟାରିଅର ହୁକରେ ଲାଗି ଯାଇଥିଲା । ପୁରା ବସରେ କରେଣ୍ଟ ଲାଗି ଯାଇଥିଲା । କରେଣ୍ଟ ଏତେ ଜୋର ଥିଲା ଯେ, ସେଥିରୁ ମୁକୁଳିବା କଷ୍ଟକର ହୋଇପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.