ପ୍ରଧାନମନ୍ତ୍ରୀ ମୋଦୀ କହିଲେ-ଆତଙ୍କୀଙ୍କୁ ଘରେ ପଶି ମାରିବୁ, ଆମେରିକା କହିଲା-ହସ୍ତକ୍ଷେପ କରିବୁ ନାହିଁ

Published By : Prameya-News7 Bureau | April 17, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିର୍ବାଚନୀ ପ୍ରଚାର ବେଳେ ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି ମାରିବାରେ ପଛାଇବ ନାହିଁ ବୋଲି କହିଥିଲେ । ଦୁଇ ନେତା ଇଙ୍ଗିତ ପାକିସ୍ତାନ ଆଡ଼କୁ ଥିଲା । ସରକାରର ଏହି ଦୁଇ ବଡ଼ ନେତାଙ୍କ ବୟାନ ଉପରେ ଆମେରିକା ମଧ୍ୟ ପ୍ରତିକ୍ରିୟା ଦେଇଛି । ରାଷ୍ଟ୍ରପତି ବାଇଡେନଙ୍କ ପ୍ରଶାସନ ଭାରତ ଏବଂ ପାକିସ୍ତାନକୁ ଉତ୍ତେଜନାରୁ ଦୂରେଇ ରହିବା ଏବଂ ଆଲୋଚନା ମଧ୍ୟରେ ସମାଧାନ ଖୋଜିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଆମେରିକା ଏହା ସ୍ପଷ୍ଟ କରିଛି ଯେ ସେ ଏଥିରେ ମଧ୍ୟସ୍ଥତା କରିବ ନାହିଁ ।

ଆତଙ୍କବାଦ ଉପରେ ମୋଦୀଙ୍କ ଘରେ ପଶି ମାରିବୁ ବୟାନ ଉପରେ ପ୍ରଶ୍ନ କରାଯାଇଥିଲା, ଏହା ଉପରେ ଆମେରିକା ବିଦେଶ ବିଭାଗ ମୁଖପାତ୍ର ମେଥ୍ୟୁ ମିଲର କହିଥିଲେ, 'ଆମେ ପୂର୍ବରୁ କହିଛୁ ଯେ ଆମେରିକା ଏହା ମଧ୍ୟରେ ପଶିବ ନାହିଁ । କିନ୍ତୁ ଆମେ ଭାରତ ଏବଂ ପାକିସ୍ତାନ ଉଭୟଙ୍କୁ କଥାବର୍ତ୍ତା ମାଧ୍ୟମରେ ସମାଧାନ ଖୋଜିବା ପାଇଁ କହିବୁ ।' 

ଏହାସହ ଦୁଇ ନେତାଙ୍କ ଟିପ୍ପଣୀକୁ କାନାଡାରେ ଖାଲିସ୍ତାନୀ ବିଛିନ୍ନତାବାଦୀ ହରଦୀପ ସିଂର କଥିତ ହତ୍ୟା, ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁଙ୍କ ନ୍ୟୁୟର୍କରେ ହତ୍ୟାର ଷଡଯନ୍ତ୍ର ପାକିସ୍ତାନରେ ଆତଙ୍କୀଙ୍କ ହତ୍ୟାକୁ ଯୋଡ଼ି ପ୍ରଶ୍ନ କରାଯାଇଥିଲା । ଏହା ଉପରେ ସେ କହିଥିଲେ ଯେ ଆମେରିକା କହିଥିଲା ଯେ ୱାଶିଂଟନ ଏହି ମାମଲାରେ ସାମିଲ ହେବ ନାହିଁ । ସେହିପରି ଗୁରପତୱନ୍ତ ସିଂ ପନ୍ନୁ ହତ୍ୟାର କଥିତ ଷଡଯନ୍ତ୍ରକୁ ନେଇ ଆମେରିକା ଭାରତ ଉପରେ କାହିଁକି କଟକଣା ଲଗାଉ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ମିଲର କହିଥିଲେ, 'ମୁଁ କେବେ ବି କୌଣସି ପ୍ରକାର ପ୍ରତିବନ୍ଧର କାର୍ଯ୍ୟାନୁଷ୍ଠାନର ପୂର୍ବଅବଲୋକନ କରେ ନାହିଁ । ଏହାର ଅର୍ଥ ଏହା ନୁହେଁ ଯେ କୌଣସି କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.