କନ୍ଧମାଳ-କାଳାହାଣ୍ଡି ସୀମାନ୍ତରେ ଏନାକଉଣ୍ଟର, ଯବାନଙ୍କ ଗୁଳିଲେ ଟଳିଲେ ୪ ମାଓବାଦୀ

Published By : Prameya-News7 Bureau | September 09, 2020 IST

କନ୍ଧମାଳ୦୯।୦୯:   କନ୍ଧମାଳ-କାଳାହାଣ୍ଡି ସୀମାନ୍ତରେ ଏନାକଉଣ୍ଟର । ଏନକାଉଣ୍ଟରରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଧୁସେରି ଜଙ୍ଗଲରେ ଓଡ଼ିଶା ପୋଲିସର ଏସଓଜି ସହ ଡିଭିଏଫ୍‌ ଯବାନଙ୍କ ସିପିଆଇ ମାଓବାଦୀ ମୁହାଁମୁହିଁ ଆରମ୍ଭ ହେବା ପରେ ଆରମ୍ଭ ହୋଇଥିଲା ଏନକାଉଣ୍ଟର ।

କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ଏସଓଜି ଯବାନ ମଧ୍ୟ ଆହତ ହୋଇଛନ୍ତି । ବେଲଘର ପୋଲିସ ଷ୍ଟେସନ ଇଲାକାରେ ଥିବା ଭଣ୍ଡରଙ୍ଗୀ ପଞ୍ଚାୟତରେ ଏହି ଏନକାଉଣ୍ଟର ଘଟିଥିବା ସୂଚନା ମିଳିଛି । ସେପ୍ଟେମ୍ବର ୯ରେ କାଲାହାଣ୍ଡି-କନ୍ଧମାଳ ସୀମାରେ ଏକ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନରେ ଏସଓଜି ଏବଂ ଡିଭିଏଫର ଦୁଇଟି ମିଳିତ ଦଳ ଅଂଶଗ୍ରହଣ କରିଥିଲେ। ଆଜି ଦିନ ପ୍ରାୟ ୧୧ଟା ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା | ଯାହା ପ୍ରାୟ ୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ୩୦ମିନିଟ ପରେ ୪ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

{"id":327386,"sizeSlug":"large"}

ଜଙ୍ଗଲରେ କମ୍ବିଂ ଅପରେସନ ଚାଲୁ ରହିଛି। କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ପାଇଁ ଏସଓଜି, ଡିଭିଏଫ ଏବଂ ସିଆରପିଏଫର ଅଧିକ ଯବାନଙ୍କୁ ଗୁଳି ବିନିମୟ ହୋଇଥିବା ଅଞ୍ଚଳକୁ ପଠାଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି।

{"id":327387,"sizeSlug":"large"}

ଏହାପୂର୍ବରୁ ଜୁଲାଇ ୫ରେ କନ୍ଧମାଳର ତୁମୁଡ଼ିବନ୍ଧ ପୋଲିସ ସୀମା ଅନ୍ତର୍ଗତ ସିର୍ଲା ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଦୁଇଜଣ ମହିଳାଙ୍କ ସମେତ ପାଞ୍ଚଜଣ ମାଓବାଦୀଙ୍କୁ ଗୁଳି କରି ନିପାତ କରାଯାଇଥିଲା । ସେହିପରି ଜୁଲାଇ ୨୩ରେ ସମାନ ଜଙ୍ଗଲରେ ଆଉ ଦୁଇଜଣ ମାଓବାଦୀ ନିହତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.