ନୂଆଦିଲ୍ଲୀ: ବୁଧବାର ସକାଳେ ଜାମ୍ମୁ-କାଶ୍ମୀରର ସିଧରା ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଘଟଣାରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୋଟିଏ ଦିନ ପୂର୍ବେ ଉଧମପୁର ଜିଲ୍ଲାରେ ୧୫ କିଲୋଗ୍ରାମର ବିସ୍ଫୋରକ ନିଷ୍କ୍ରିୟ କରାଯାଇଥିଲା।
wp:html/wp:htmlJ&K | Encounter underway in Sidhra area of Jammu, firing going on, two terrorists likely on the spot: Jammu and Kashmir police pic.twitter.com/R4JCATGM65
— ANI (@ANI) December 28, 2022
ପୋଲିସ୍ ଅନୁଯାୟୀ, ସିଧରାରେ ଆତଙ୍କବାଦୀଙ୍କ ଗତିବିଧି ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲେ। ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ଆତଙ୍କବାଦୀଙ୍କ ପକ୍ଷରୁ ଯବାନଙ୍କ ଉପରକୁ ଗୁଳିମାଡ ଆରମ୍ଭ ହୋଇଥିଲା। ଯବାନଙ୍କ ପ୍ରତିଜବାବରେ ତିନି ଆତଙ୍କବାଦୀଙ୍କ ପ୍ରାଣହାନୀ ଘଟିଛି। ତେବେ ଉଭୟ ପକ୍ଷରେ ଗୁଳି ବିନିମୟ ଜାରି ରହିଥିବା ଜଣା ପଡିଛି।