ପୋଲିସ୍‌ର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଗୁରୁତର

Published By : Prameya-News7 Bureau | December 03, 2023 IST

ନିଶ୍ଚିନ୍ତକୋଇଲି ୦୩।୧୨ : ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର । ଶନିବାର ବିଳମ୍ୱିତ ରାତିରେ ଜଗତସିଂହପୁର ଅଞ୍ଚଳର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର କରିଛି ନିଶ୍ଚିନ୍ତକୋଇଲି ଥାନା ପୋଲିସ। ସମ୍ପୃକ୍ତ ଅପରାଧୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବିଶେଷ ସୂଚନା ଦେଇଛି ପୋଲିସ ।

{"id":877975,"sizeSlug":"full","linkDestination":"none"}

କଟକ ଏସପି ମିହିର ରଞନ ପଣ୍ଡାଙ୍କ ସୂଚନା ଅନୁସାରେ, ଏନକାଉଣ୍ଟରରେ ଆହତ ସୁଶାନ୍ତ ନାଁ ରେ ରାଜ୍ୟର ବିଭିନ୍ନ ଥାନାରେ ୫୭ଟି ମାମଲା ରହିଛି। ଓଡ଼ିଶା ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିଲା ସୁଶାନ୍ତ। ଉତ୍ତରରେ ବାଲେଶ୍ଵର ଠାରୁ ଦକ୍ଷିଣରେ ବ୍ରହ୍ମପୁର ପର୍ଯ୍ୟନ୍ତ ଥିଲା ସୁଶାନ୍ତର ଅପରାଧ ସାମ୍ରାଜ୍ୟ। ପୋଲିସ ଗୁଳିରେ ଆହତ ସୁଶାନ୍ତର ଚିକିତ୍ସା ଏସସିଵି ମେଡିକାଲରେ ଚାଲିଛି ଓ ତା'ର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଏସ୍ ପି କହିଛନ୍ତି। ଶନିବାର ରାତିରେ ପାଟ୍ରୋଲିଂ ସମୟରେ ଅସୁରେଶ୍ୱର ଠାରେ ଜଗସିଂହପୁର ଜିଲ୍ଲା ତିର୍ତୋଲ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଲିପୁ ଓରଫ ସୁଶାନ୍ତ ସାହୁକୁ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଏନକାଉଣ୍ଟର କରିଥିଲା।

{"id":877976,"sizeSlug":"full","linkDestination":"none"}

ସୁଶାନ୍ତ ଏଵଂ ତାର ଦୁଇ ସହଯୋଗୀ ମିଶି ଅପରାଧ କରିବା ପାଇଁ ଯୋଜନା କରୁଥିବା ବେଳେ ନିଶ୍ଚିନ୍ତକୋଇଲି ଥାନା ଏସଆଇ ତପନ ନାୟକ ଏବଂ ତାଙ୍କ ସହ ଥିବା ପୋଲିସ କର୍ମଚାରୀମାନେ ଚଢ଼ାଉ କରିଥିଲେ। ଚଢାଉ ବେଳେ ସୁଶାନ୍ତ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଆତ୍ମରକ୍ଷା କରିବାକୁ ଯାଇ ପୋଲିସ ଗୁଳି ଚଳାଇବାରୁ ସୁଶାନ୍ତ ଆହତ ହୋଇଥିଲା। ଏହି ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଏସ୍ ପି ସୂଚନା ଦେଇଛନ୍ତି।

wp:embed {"url":"https://www.prameyanews7.com/pushpa-2-shooting-postpone-due-to-allu-arjun-injury/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pushpa-2-shooting-postpone-due-to-allu-arjun-injury/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.