କାଶ୍ମୀର ହନ୍ଦଓ୍ବାଡାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ସଫା

Published By : Prameya-News7 Bureau | May 03, 2020 IST

ଶ୍ରୀନଗର ୩।୫: ଜାମ୍ମୁ କାଶ୍ମୀରର ହନ୍ଦଓ୍ବାଡାଠାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି । ସୁରକ୍ଷାକର୍ମୀଙ୍କ ଅପରେସନରେ ଦୁଇ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲିଠାରୁ ଏହି ଗୁଳିବିନିମୟ ଜାରି ଚାଲିଛି । ଏବେ ଗୁଳିବିନିମୟ ବନ୍ଦ ହୋଇଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି ।

ଏନକାଉଣ୍ଟର ପୂର୍ବରୁ ଦୁଇ ବିଦେଶୀ ଆତଙ୍କବାଦୀ ଏଠାରେ ଥିବା ଏକ ଘରେ ଲୁଚି ରହିଥିଲେ । ସୂଚନା ପାଇବା ମାତ୍ରେ ସୁରକ୍ଷାକର୍ମୀ ଏହି ଆତଙ୍କବାଦୀ ଲୁଚି ରହିଥିବା ଘରକୁ ଉଡାଇ ଦେଇଥିଲେ । ବିସ୍ଫୋରଣ ଯୋଗୁଁ ପୁରା ଘରେ ନିଆଁ ଲାଗିଯାଇଥିଲା । ସୁରକ୍ଷାକର୍ମୀ ଏବେ ସେଠାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଏହା ବ୍ୟତୀତ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି । ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ତେବେ ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏହା ବ୍ୟତୀତ ଏଲଓସିରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.