ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ, ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ

Published By : Prameya-News7 Bureau | December 19, 2021 IST

ଶ୍ରୀନଗର ୧୯/୧୨: ଜାମ୍ମୁ କାଶ୍ମୀରର ହରୱାନ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ଦେଇଛି ପୋଲିସ । ରବିବାର ସକାଳୁ ହରୱାନ ଅଞ୍ଚଳରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ଲସ୍କର ଏ ତୋଏବାର ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି ।

wp:html /wp:html

ଗତ ତିନିଦିନ ଭିତରେ ଜାମ୍ମୁ-କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଛି । ହେଲେ ଏହାର ମୁହଁତୋଡ ଜବାବ ଦେଇଥିଲା ସେନା । ଗୁରୁବାର କୁଲଗାମରେ ହୋଇଥିବା ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.