ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ; ଜଣେ ସ୍ଥଳସେନା ଯବାନଙ୍କ ସହିତ ୨ ଆହତ

Published By : Prameya-News7 Bureau | September 26, 2022 IST

ଶ୍ରୀନଗର ୨୬/୦୯: ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ଜଣେ ସ୍ଥଳସେନା ଯବାନଙ୍କ ସହିତ ଅନ୍ୟ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜାମ୍ମୁକାଶ୍ମୀରର କୁଲଗାମ ଜିଲ୍ଲାରେ ସୋମବାର ଏପରି ଘଟଣା ହୋଇଛି। କୁଲଗାମ ଅଞ୍ଚଳର ବାତପୋରା ଗାଁରେ ଆତଙ୍କୀମାନେ ଲୁଚିରହିଥିବା ଜାଣି ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସେଠାରେ ତଲାସିଅଭିଯାନ ଆରମ୍ଭ କରିଛନ୍ତି। ସେହି ଗାଁର ଜଣଙ୍କ ଘରେ ୩ ଆତଙ୍କବାଦୀ ଲୁଚି ରହିଥିବା  ଆଶଙ୍କା କରାଯାଉଛି।

ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ପରେ ସେମାନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା ବୋଲି ଆନୁଷ୍ଠାନିକ ଭାବେ କୁହାଯାଇଛି। ଏହି ସଂଘର୍ଷରେ ସ୍ଥଳ ସେନା ଯବାନଙ୍କ ସହିତ ୩ ଜଣ ଆହତ ହେବା ପରେ ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତଲାସି ଅଭିଯାନ ଜାରି ରହିଛି, ଆଗାମି ସୂଚନା ଦିଆଯିବ ବୋଲି ଜଣେ ପୋଲିସ ପ୍ରବକ୍ତା ଟୁଇଟ୍‌ କରି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.