କେନ୍ଦ୍ରାପଡ଼ାରେ ପୋଲିସ୍ ଏବଂ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର
22/01/2019 at 8:21 AM

କେନ୍ଦ୍ରାପଡ଼ା ୨୨/୧: ଗତକାଲି ମାଛମରା ଟେଣ୍ଡରକୁ ନେଇ ଜରିମୁଳର ପବିତ୍ର ସ୍ବାଇଁ କଣ୍ଡିରା ଗ୍ରାମରେ ଯାଇ ଆତଙ୍କ ଖେଳାଇଥିଲେ। ଗ୍ରାମବାସୀ ପବିତ୍ରକୁ ବାନ୍ଧି ଦେବା ଫଳରେ ପବିତ୍ରର ୪ ସହଯୋଗୀ କଣ୍ଡିରା ଗ୍ରାମରେ ପହଚିଂ ୮ ରାଉଣ୍ଡ ଗୁଳିଚାଳନା ଗୁଳି କରିଥିଲେ।ତେବେ ଘଟଣା ସ୍ଥଳରେ ସେହି ଗ୍ରାମର କିଶୋର ସେଠିଙ୍କ ଛାତିରେ ଗୁଳି ବାଜିବାରୁ ସେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ତେବେ ସେହି ଘଟଣାକୁ ପୋଲିସ ଗୁରୁତର ନେବା ସହିତ ଗତ କାଲିଠାରୁ ଏସ ପିଙ୍କ ତତ୍ବାବଧାନରେ ୪ ଟି ଟିମ୍ ଗଠିତ ହୋଇଥିଲା। ତେବେ ଆଜି ଭୋର ପ୍ରାୟ ୪ଟା ସମୟରେ ପତ୍ରପୁର ଗାଁର ସଂଜୟ ବିଶ୍ବାଳ (ବାବୁ) କୁ କୁରୁଟିଂ ଠାରେ ପୋଲିସ ପିଛା କରିଥିଲା। ବାବୁ ପୋଲିସ ଉପରକୁ ପ୍ରଥମେ ଗୁଳିକରିଥିବା ପରେ ପୋଲିସ ବାବୁକୁ ଏନକାଉଟଂର କରିଥିଲା। ତେବେ ସକାଳୁ ବାବୁକୁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ ବାବୁ ନାଁରେ ୧୦ରୁ ଅଧିକ ମାମଲା ଅଛି।