ଦେଶରେ ବଢ଼ିଲା ନିଯୁକ୍ତି ହାର, ୨୩-୨୪ ଆର୍ଥିକ ବର୍ଷରେ ୬ ପ୍ରତିଶତକୁ ବୃଦ୍ଧି: RBI ରିପୋର୍ଟ

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ: ଦେଶରେ  ବଢ଼ିଲା ନିଯୁକ୍ତି ହାର । ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ନିଯୁକ୍ତ ହାରରେ ୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଯେତେବେଳେକି ୨୦୨୨-୨୩ରେ ନିଯୁକ୍ତି ହାର ୩.୨ ପ୍ରତିଶତ ରହିଥିଲା। ସୋମବାର ଆରବିଆଇ ପକ୍ଷରୁ ଜାରି ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। 

ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ୫୯.୬୭ କୋଟି ନିଯୁକ୍ତି ହୋଇଥିବାବେଳେ, ୨୦୨୩-୨୪ରେ ଏହା ୪.୬୭ କୋଟି ବୃଦ୍ଧି ପାଇ ୬୪.୩୩  କୋଟିରେ ପହଞ୍ଚିଛି। ଏହି ତଥ୍ୟରେ ୨୭ଟି ଉଦ୍ୟୋଗକୁ ବିଚାରକୁ ନିଆଯାଇଥିଲା। ଯେଉଁଥିରେ କୃଷି, ଉତ୍ପାଦନ ଏବଂ ସେବା ଭଳି ପ୍ରମୁଖ କ୍ଷେତ୍ରକୁ ମଧ୍ୟ ବିଚାରକୁ ନିଆଯାଇତିଲା। 

ନିକଟରେ ପରିସଂଖ୍ୟାନ ମନ୍ତ୍ରାଳୟ ତରଫରୁ ଜାରି ବେରୋଜଗାରୀ ହାର ରିପୋର୍ଟ ଅନୁଯାୟୀ, ୨୦୨୪ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ସହରାଞ୍ଚଳରେ ୧୫ ବର୍ଷ ଏବଂ ତା’ଠାରୁ ଅଧିକ ବ୍ୟକ୍ତିଙ୍କ ବେରୋଜଗାରୀ ହାର ୬.୭ ପ୍ରତିଶତକୁ ଖସିଆସିଥିଲା । ଯେତେବେଳେକି ୨୦୨୩ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ଏହି ବେରୋଜଗାରୀ ହାର ୬.୮ ପ୍ରତିଶତ ରହିଥିଲା। ଆହୁରି ମଧ୍ୟ ୨୦୨୩ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ମହିଳା ବେରୋଜଗାରୀ ହାର ୯.୨ ପ୍ରତିଶତ ରହିଥିବାବେଳେ ଏହା ୨୦୨୪ ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ୮.୫କୁ ଖସିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.