OSRTC ଅଧିକାରୀଙ୍କ ଆକ୍ରୋଶରେ କର୍ମଚାରୀ ନିଲମ୍ୱିତ, ୫ ବର୍ଷ ଧରି ମିଳୁନି ଦରମା

Published By : Prameya-News7 Bureau | August 17, 2022 IST

ଭୁବନେଶ୍ୱର, ୧୭/୦୮: ୫ ବର୍ଷ ଧରି ଦରମା ପାଉନାହାନ୍ତି OSRTCର ନିଲମ୍ୱିତ କର୍ମଚାରୀ । ୧୯୯୯ ମସିହାରୁ  OSRTCରେ କଣ୍ଡକ୍ଟର ଭାବେ କାଯ୍ୟ କରୁଥିବା ରାକେଶ ଚକ୍ରବର୍ତ୍ତୀ ଦୀର୍ଘ ୫ ବର୍ଷ ହେବ ଚାକିରୀରୁ ସସପେଣ୍ଡ ହୋଇଥିବା ବେଳେ ଏବେ ହାଇକୋର୍ଟରୁ ମଧ୍ୟ ନିରାଶ ହୋଇ ବସିଛନ୍ତି । ରାକେଶଙ୍କ ପରି ନୀଳମଣି ଉପାଧ୍ୟାୟ, ସର୍ବେଶ୍ବର ନାଥ, ଦେବାଶିଷ ପରିଡା ଏବଂ ୨୫୦ରୁ ଅଧିକ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମଧ୍ୟ ସମାନ ଅବସ୍ଥା ହୋଇଛି ।

କର୍ମଚାରୀମାନଙ୍କର ସର୍ବନିମ୍ନ ଦରମା ୧୨୦୦୦ ଟଙ୍କା ଥିବା ବେଳେ ଦୀର୍ଘ ୫ ବର୍ଷ ହେଲା ଦରମା ପାଉନଥିବା ଅଭିଯୋଗ କରିଛନ୍ତି । ଫଳରେ ପରିବାର ଚଳାଇବାକୁ ଅସୁବିଧା ହେଉଥିବା ବେଳେ ସେମାନଙ୍କର ଅବସର ନେବା ସମୟ ଆସିଲାଣି । ଛୋଟିଆ ଛୋଟିଆ ଭୁଲ ପାଇଁ ସେମାନଙ୍କୁ OSRTC ଦଣ୍ଡ ଦେଇ ଚାଲିଛି ବୋଲି ଏହି କର୍ମଚାରୀମାନେ ପ୍ରେସ କନଫରରେନ୍ସରେ ଅଭିଯୋଗ ଆଣିଛନ୍ତି ।

OSRTC ସରକାରୀ ଗାଡି ହୋଇଥିବାରୁ ଏଥିରେ ଟିକେଟ କାଟିବା ବାଧ୍ୟତାମୂଳକ । କିନ୍ତୁ କଣ୍ଡକ୍ଟର ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଫାଇନ କରିବାରୁ ସେମାନଙ୍କୁ ସସପେଣ୍ଡ କରିଛନ୍ତି ବିଭାଗୀୟ ବଡ଼ ଅଧିକାରୀ । ଖାଲି ସେତିକି ନୁହେଁ ଏ ନେଇ ବହୁ କର୍ମଚାରୀ ହାଇକୋର୍ଟରେ କେସ କରି ଅର୍ଡର ମଧ୍ୟ ପାଇଛନ୍ତି ।

wp:html /wp:html

ଖାଲି ସେତିକି ନୁହେଁ ଡିଜିଏମ ବ୍ରହ୍ମପୁରଙ୍କ ନାଁରେ ମାଳ ମାଳ ସଙ୍ଗୀନ ମାମଲା ଥାଇ ମଧ୍ୟ ତାଙ୍କୁ ସରକାର ଚାକିରୀରେ ରଖିଛନ୍ତି ବୋଲି ଅଭିଯୋଗ କରିଥିଲେ କର୍ମଚାରୀ । ଏନେଇ OSRTCର ଜେନେରାଲ ମ୍ୟାନେଜର ଗୋପାଲ ଆଚାଯ୍ୟ କହିଛନ୍ତି କେସ ଉପରେ ତର୍ଜମା କରାଯାଇ କଣ କରାଯାଇପାରିବ ସେ ନେଇ ସିଏମଡିଙ୍କ ସହ ଆଲୋଚନା କରାଯିବ । ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ନାଁରେ ଥିବା ଅଭିଯୋଗ ମଧ୍ୟ ବିଚାରକୁ ନିଆଯିବ । ଦରକାର ପଡିଲେ ଇନକ୍ବାରୀ କରାଯିବ ବୋଲି ଜିଏମ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.