scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଢିଲା ଏଲନ ମସ୍କଙ୍କ ସମସ୍ୟା, ମୋକଦ୍ଦମା ରୁଜୁ କଲେ ଟ୍ୱିଟରରୁ ଚାକିରୀ ହରାଇଥିବା କର୍ମଚାରୀ

4/11/2022 at 4:48 PM

ସାନଫ୍ରାନସିସ୍କୋ ୪।୧୧: ଟ୍ୱିଟରରୁ କର୍ମଚାରୀଙ୍କ ଛଟେଇ ନିଷ୍ପତ୍ତି ଲାଗି ଏଲନ ମସ୍କଙ୍କୁ ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। କାରଣ ମସ୍କ ପାଖାପାଖି ୩,୭୦୦ ନିଯୁକ୍ତି ସମାପ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ବିରୋଧରେ କର୍ମଚାରୀମାନେ ନ୍ୟାୟାଳୟକୁ ମୁହାଁଥିବା ବେଳେ ସାନଫ୍ରାନସିସ୍କୋ ଫେଡେରାଲ କୋର୍ଟରେ ଗୁରୁବାର ଏକ କ୍ଲାସ-ଆକ୍ସନ ମୋଦ୍ଦମା ରୁଜୁ ହୋଇଛି।

ଟ୍ୱିଟର କେବଳ ଏକ ଇ-ମେଲ ମାଧ୍ୟମରେ ଛଟେଇ ନେଇ ସୂଚନା ଦେଇଥିବା କର୍ମଚାରୀ ଅଭିଯୋଗ କିରଛନ୍ତି। ପର୍ଯ୍ୟାପ୍ତ ସମୟ ନ ଦେଇ କାଲିଫର୍ଣ୍ଣିଆ ଆଇନର ଉଲ୍ଲଂଘନ କରାଯାଇଥିବାର କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଆମେରିକୀୟ ଆଇନ ଅନୁସାରେ ବଡ଼ କମ୍ପାନୀମାନେ ଅନୁନ୍ୟ ୬୦ ଦିନର ଅଗ୍ରୀମ ସୂଚନା ବିନା ବହୁ ସଂଖ୍ୟାରେ ଲୋକଙ୍କ ଛଟେଇ ଉପରେ କଟକଣା ରହିଛି।

ତେବେ କର୍ମଚାରୀ ଶୋଷଣ ଏଲନ ମସ୍କଙ୍କ କମ୍ପାନୀରେ ନୂଆ ନୁହେଁ। ଗତ ଜୁନ ମାସରେ ମଧ୍ୟ  ଲିସ୍ ରିଓଡର୍ଣ୍ଣ ନାମକ  ଜନୈକ ଓକିଲ ଟେସ୍ଲା ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ। ଏହି ଇଲେକ୍ଟ୍ରିକ କାର ନିର୍ମାତା କମ୍ପାନୀ ସେତେବେଳେ ପ୍ରାୟ ୧୦ ପ୍ରତିଶତ କର୍ମଚାରୀ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏଲନ ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପୂର୍ବରୁ କର୍ମଚାରୀଙ୍କ ଛଟେଇ ନେଇ ଆକଳନ କରାଯାଉଥିଲା। ଏବେ କମ୍ପାନୀ ଗୁରୁବାର ଦିନ ମେଲ କରି ଛଟେଇ ସମ୍ପର୍କରେ କର୍ମଚାରୀମାନଙ୍କୁ ପୂର୍ବରୁ ସୂଚିତ କରାଯିବ ବୋଲି ଜଣାଇ ଦେଇଛନ୍ତି। ବରଖାସ୍ତ କରାଯାଇଥିବା ଲୋକଙ୍କୁ ସେମାନଙ୍କ ବ୍ୟକ୍ତିଗତ ଇ-ମେଲରେ ପରବର୍ତ୍ତି ପର୍ଯ୍ୟାୟ ସମ୍ପର୍କରେ ସୂଚିତ କରିଦିଆଯିବ ବୋଲି କୁହାଯାଇଛି। ଏହା ପୂର୍ବରୁ ଏଲନ ମସ୍କ ଟ୍ୱିଟରର ସିଇଓ ପରାଗ ଗୁପ୍ତାଙ୍କ ସମେତ ଟପ ମ୍ୟାନେଜମେଣ୍ଟର ଅନେକ ଅଧିକାରୀଙ୍କୁ ଚାକିରୀରୁ ବାହାର କରିଦେଇଛନ୍ତି।

   Related Posts