୩୮ ଦିନ ପରେ ଖୋଲିଥିଲା ଅଫିସ୍ : ଏମିତି କ'ଣ ହେଲା ଯେ ପୁଣି ଛୁଟି କରିବାକୁ ପଡିଲା

Published By : Prameya-News7 Bureau | May 01, 2020 IST

ଭୋପାଲ ୦୧/୦୫ : କରୋନା ସଂକ୍ରମଣ ରୋକିବା ପାଇଁ ପୁରା ଦେଶକୁ ଲକଡାଉନ ରଖାଯାଇଛି | ଲକଡାଉନ ଯୋଗୁଁ ଅଧିକାଂଶ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରହିଛି | କର୍ମଚାରୀ ଘରେ ବସି କାମ କରୁଛନ୍ତି | ଗତ କିଛି ଦିନ ହେଲା ଧୀରେ ଧୀରେ ସରକାରୀ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା |

ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଗତ ୩୮ ଦିନ ପରେ ଏପ୍ରିଲ ୩୦ ତାରିଖରେ ସଚିବାଳୟ ଓ ନିର୍ଦେଶାଳୟ ଖୋଲା ଯାଇଥିଲା | କିନ୍ତୁ ଅଧିକାଂଶ ଅଧିକାରୀ କାର୍ଯ୍ୟାଳୟ ବାହାରୁ ହିଁ ଫେରି ଯାଇଥିଲେ | କାରଣ କାର୍ଯ୍ୟାଳୟ ଭଲ ଭାବେ ସାନିଟାଇଜ କରାଯାଇନଥିଲା |

ପ୍ରଶାସନ କହିବାନୁଯାୟୀ, ସଚିବାଳୟରେ ଉପ ସଚିବ ଏବଂ ନିର୍ଦେଶାଳୟର ଉପର ଅଧିନସ୍ଥ ସଂଚାଳକ ପର୍ଯ୍ୟନ୍ତ ଅଧିକାରୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ | ତେବେ କାର୍ଯ୍ୟାଳୟର ୩୦ ପ୍ରତିଶତ ହିଁ କର୍ମଚାରୀଙ୍କୁ ଆସିବାକୁ ଅନୁମତି ଦିଆଯାଇଥିଲା | ସାମାଜିକ ଦୂରତା ପାଳନ କରିବାକୁ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ଆସିବାକୁ ମନା କରାଯାଇଥିଲା | ଅନେକ କର୍ମଚାରୀ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦେଖିଲେ ସେମାନଙ୍କ ଜାଗାରେ ଧୂଳି ଜମି ରହିଥିଲା, କାର୍ଯ୍ୟାଳୟ ସାନିଟାଇଜ ହୋଇନଥିଲା | ଯେଉଁଥିପାଇଁ ଏମାନେ ବାହାରୁ ହିଁ ଫେରି ଆସିଥିଲେ |  

କାର୍ଯ୍ୟାଳୟ ଆରମ୍ଭ କରିବ ପାଇଁ ସରକାରଙ୍କ ଗାଇଡଲାଇନ-

- ୩୦ ପ୍ରତିଶତ କର୍ମଚାରୀ ହିଁ କାର୍ଯ୍ୟାଳୟକୁ ଆସିବେ | ରୋଷ୍ଟ୍ରର ସିଷ୍ଟମ ହିସାବରେ କର୍ମଚାରୀ ବଦଳିବେ |

- ଗାଡି ଠାରୁ ଆରମ୍ଭ କରି କାର୍ଯ୍ୟାଳୟର ପାହାଚ ସାନିଟାଇଜ କରାଯିବ |

ଲକଡାଉନ ଯୋଗୁଁ ଦେଶ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି | ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ବିଭିନ୍ନ ବ୍ୟବସାୟ ସଂସ୍ଥା ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି | ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ରାଜ୍ୟରେ ସକଳ ୬ଟା ରୁ ରାତି ୧୨ଟା ଯାଏଁ ଦୋକାନ ଖୋଲା ରଖିବା ପାଇଁ ଅନୁମତି ଦେବାକୁ ବିଚାର କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.