ଟ୍ୱିଟ୍‌ରର ସହ-ପ୍ରତିଷ୍ଠାତା ଏମେଟ୍ ଶିଅର୍ OpenAIର ଅନ୍ତରୀଣ ସିଇଓ, ଅଲ୍ଟମ୍ୟାନଙ୍କ ସ୍ଥାନରେ ନୂଆ ନିଯୁକ୍ତି

Published By : Prameya-News7 Bureau | November 20, 2023 IST

ନୂଆଦିଲ୍ଲୀ: ସାମ ଅଲ୍ଟମ୍ୟାନଙ୍କୁ ସିଇଓ ପଦରୁ ହଟାଯିବାର ଦିନକ ପରେ ଟ୍ୱିଟରର ସହ-ପ୍ରତିଷ୍ଠାତା ଏମେଟ୍ ଶିଅର୍ ଓପନ ଏଆଇର ଅନ୍ତରୀଣ ସିଇଓ ହୋଇଛନ୍ତି । ଏକ୍ସରେ ଏହି ସୂଚନା ଦେବା ସହ ଶିଅର୍ ଲେଖିଛନ୍ତି ଯେ ଜୀବନରେ ଥରେ ମିଳୁଥିବା ଏହି ସୁଯୋଗକୁ ସେ ଗ୍ରହଣ କରିଛନ୍ତି ।

ଓପେନ ଏଆଇ ବୋର୍ଡ ଶୁକ୍ରବାର ସାମ୍ ଅଲ୍ଟମ୍ୟାନଙ୍କୁ ଇସିଓ ପଦରୁ ହଟାଇଥିଲା । ଦାୟିତ୍ୱ ପାଇଁ ଯୋଗ୍ୟ ପ୍ରାର୍ଥୀ ନଥିବା ଦର୍ଶାଇ ବୋର୍ଡ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏମେଟ୍ ଶିଅର୍ ତତ୍କାଳ ପ୍ରଭାବରୁ ଓପେନ ଏଆଇର ସିଇଓ ଦାୟିତ୍ୱ ଗ୍ରହଣ କରିବେ ।

wp:html /wp:html

ଏମେଟ୍ ଶିଅର୍ ଲେଖିଛନ୍ତି, 'ଆଜି ଜୀବନରେ ଥିରେ ମିଳୁଥିବା ସୁଯୋଗ ଉପରେ ବିଚାର କରିବା ପାଇଁ ମୋ ପାଖରୁ କଲ୍ ଆସିଥିଲା । ଓପନ ଏଆଇର ଅନ୍ତରୀଣ ସିଇଓ ହେବା ପାଇଁ । ମୋ ପରିବାର ସହ ଆଲୋଚନା କରିବା ପରେ କିଛି ଘଣ୍ଟା ମଧ୍ୟରେ ମୁଁ ଏହି ପ୍ରସ୍ତାବକୁ ସ୍ୱୀକାର କରିଛି'।

ଏମେଟ୍ ଶିଅରଙ୍କ ପୋଷ୍ଟ ପୂର୍ବରୁ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା, ସାମ ଅଲ୍ଟମ୍ୟାନଙ୍କୁ ନିଯୁକ୍ତି ଦେଉଥିବା ଘୋଷଣା କରିଥିଲେ । ସାମ ଏକ ଏଆଇ ରିସର୍ଚ୍ଚ ଟିମର ନେତୃତ୍ୱ ନେବେ ବୋଲି ସେ କହିଥିଲେ । ଅଲ୍ଟମ୍ୟାନ ନିଜର ଏକ ଏଆଇ ଫାର୍ମା ଖୋଲିବାକୁ ଯାଉଥିବା ଖବର ସାମନାକୁ ଆସିଥିଲା । ଏହାସହ ଏଆଇ ସେଫ୍ଟି ଓ ଟେକ୍ନୋଲଜିର ବିସ୍ତାର ଉପରେ ଓପେନ ଏଆଇ ବୋର୍ଡ ସହ ତାଙ୍କର କିଛି ମତଭେଦ ଚାଲିଥିଲା ।

Also Read: ମାଇକ୍ରୋସଫ୍ଟ ସହ ଯୋଡ଼ି ହେବେ ସାମ୍‌ ଅଲ୍ଟମ୍ୟାନ୍‌, ଏକ୍ସରେ ସୂଚନା ଦେଲେ ସତ୍ୟ ନାଡେଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.