vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

French Open 2022: US ଓପନ ଚାମ୍ପିୟନ ଏମ୍ମା ରାଡୁକାନୁ ଦ୍ୱିତୀୟ ରାଉଣ୍ଡରୁ ବାହାର, ବେଲାରୁଷର ଅଲେସ୍କାନ୍ଦ୍ରା କଲେ ପରାସ୍ତ

25/05/2022 at 11:17 PM

ନୂଆଦିଲ୍ଲୀ: ୟୁଏସ ଓପନ ଚାମ୍ପିୟନ ଏମ୍ମା ରାଡୁକାନୁଙ୍କ ଯାଦୁ ଫ୍ରେଞ୍ଚ ଓପନରେ ଦେଖିବାକୁ ମିଳିଲା ନାହିଁ। ବ୍ରେଟନର ଏହି ଖେଳାଳିଙ୍କୁ ବେଲାରୁଷର ଅଲେସ୍କାନ୍ଦ୍ରା ସାସ୍ନୋଭିଚ୍ ତିନି ସେଟ ଯାଏଁ ଚାଲିଥିବା ମୁକାବିଲାରେ ପରାସ୍ତ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ୧୨ ନମ୍ୱର ମାନ୍ୟତ୍ୟପ୍ରାପ୍ତ ଖେଳାଳି ରୁଡାକାନୁଙ୍କ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରୁ ଚାରି ଥରର ଗ୍ରାଣ୍ଡ ସ୍ଲାମ ବିଜେତା ନାଓମୀ ଓସାକା ଏବଂ ଡିଫେଣ୍ଡିଂ ଚାମ୍ପିୟନ ବାରବୋରା କ୍ରେଜିକୋଭା ବାହାର ହୋଇସାରିଛନ୍ତି।

ନାଡୁକାନୁଙ୍କୁ  ୩-୬, ୬-୧, ୬-୧ ରେ ସାସ୍ନୋଭିଚ ପରାସ୍ତ କରିଛନ୍ତି। ପ୍ରଥମ ସେଟରେ ରାଡୁକାନୁ ୬-୩ରେ ସହଜ ବିଜୟ ହାସଲ କରିଥିଲେ। ଏହାପରେ ସାସ୍ନୋଭିଚ ଜୋରଦାର କମବ୍ୟାକ କରିଥିଲେ ଏବଂ ପରବର୍ତ୍ତୀ ଦୁଇଟି ସେଟରେ ବିଜୟ ଲାଭ କରିଥିଲେ। ରାଡୁକାନୁ ଗତ ବର୍ଷ ଇଣ୍ଡିଆନ ୱେଲ୍ସରେ ମଧ୍ୟ ସାସ୍ନୋଭିଚଙ୍କ ଠାରୁ ପରାସ୍ତ ହୋଇଥିଲେ। ସାସ୍ନୋଭିଚ ପ୍ରଥମ ଥର ଫ୍ରେଞ୍ଚ ଓପନର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଜର୍ମାନୀର ଏଞ୍ଜେଲିକ କର୍ଭରଙ୍କ ସହ ଏବେ ତାଙ୍କର ମୁକାବିଲା ହେବ।

   Related Posts