ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ବିମାନ ଶିଳ୍ପ ପାଇଁ ମାଇଲ୍ ଖୁଣ୍ଟ; ସମ୍ପୂର୍ଣ୍ଣ ସବୁଜ ଇନ୍ଧନରେ ଉଡ଼ିଲା ବିମାନ, ଏମିରେଟ୍ସ ଏୟାରଲାଇନ୍ସର ସଫଳ ପରୀକ୍ଷଣ

1/02/2023 at 8:51 AM

ନୂଆଦିଲ୍ଲୀ: ଏମିରେଟ୍ସ ଏୟାରଲାଇନ୍‌କୁ ବଡ଼ ସଫଳତା । ଆରବ ଏମିରେଟ୍ସ ଅତିକ୍ରମ କଲା ମାଇଲ୍‌ଖୁଣ୍ଟ । ଜୀବାଷ୍ମ ଇନ୍ଧନରେ ଉଡ଼ିଲା ଫ୍ଲାଇଟ୍ । ୟୁଏଇ ଏମିରେଟ୍ସ ପ୍ରଥମ ଥର ପାଇଁ ସଫଳତାର ସହ ୧୦୦ ପ୍ରତିଶତ ଜୈବ ଇନ୍ଧନରେ ବିମାନ ଉଡ଼ାଣ ପରୀକ୍ଷଣ କରିଛି । ଏନେଇ ଏମିରାଇଟ୍ସ ଏୟାରଲାଇନ୍ ଏକ ପ୍ରେସ୍ ରିଲିଜ୍ କରି ସୂଚନା ଦେଇଛି ।

ଏମିରାଇଟ୍ସ ଏୟାର ଲାଇନ୍ସ ସୂଚନା ମୁତାବକ, ବୋଇଂ 777-300ER ଫ୍ଲାଇଟ୍ ପ୍ରଥମ ଥର ପାଇଁ ଶହେ ପ୍ରତିଶତ ବାୟୋ ଫୁଏଲରେ ଉଡ଼ାଣ ଭରିଥିଲା । ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଟେଷ୍ଟ ଆରମ୍ଭ କରି ୟୁଏଇର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ମଝି ଆକାଶରେ ଉଡ଼ିଥିଲା । ଏହା ମଧ୍ୟ ପୂର୍ବ ଓ ଆଫ୍ରିକା କ୍ଷେତ୍ରରେ ପ୍ରଥମ ଉଡ଼ାଣ । ସମ୍ପୂର୍ଣ୍ଣ ଜୈବ ଇନ୍ଧନରେ ଫ୍ଲାଇଟ୍ ଉଡ଼ାଇବା ବଡ଼ ଚ୍ୟାଲେଞ୍ଜ ଥିଲା । ବାୟୋ ଅବିଏସନ ଇନ୍ଧନ ଦ୍ବାରା କାର୍ବନ୍ ପରିମାଣ ହ୍ରାସ ପାଇବା ସହିତ ପରିବେଶ ପ୍ରଦୁଷଣ ମାତ୍ରା କମିବ ବୋଲି ଏମିରାଇଟ୍ସ ଏୟାରଲାଇନ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।

୧୦୦ ପ୍ରତିଶତ ବାୟୋ ଫୁଏଲ୍‌ରେ ବିମାନ ଉଡ଼ିବା ବିଶ୍ବରେ ପ୍ରଥମ । ଏହି ବିମାନରେ ଦୁଇଟି ଇଞ୍ଜିନ୍ ଲାଗିଛି । ଗୋଟିଏ ସମ୍ପୂର୍ଣ୍ଣ ସବୁଜ ଇନ୍ଧନ ଇଞ୍ଜିନ୍ ରହିଥିବାବେଳେ ଗୋଟିଏ ଜେଟ୍ ଇନ୍ଧନ ଇଞ୍ଜିନ ରହିଛି ବୋଲି ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସମୟରେ ଜେଟ୍ ଇନ୍ଧନ ସହିତ ୫୦ ପ୍ରତିଶତ ଜୀବାଷ୍ମ ଇନ୍ଧନ ମିଶ୍ରଣ କରି ବିମାନରେ ଭର୍ତ୍ତି କରାଯାଉଛି । ଏହା ଦ୍ବାରା ବିମାନ କମ୍ପାନୀମାନେ ବହୁ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି । ମାତ୍ର ସମ୍ପୂର୍ଣ୍ଣ ସବୁଜ ଇନ୍ଧନରେ ଏହି ବିମାନ ପରୀକ୍ଷଣ ରେଫେରନ୍ସ ଭାବେ ଆଗାମୀ ଦିନରେ କର୍ଯ୍ୟକରିବ ।

ଏହି ବିମାନ ପରୀକ୍ଷଣ ଏକ ଐତିହାସିକ ପ୍ରଦର୍ଶନ । ଏହା ବିମାନ ଶିଳ୍ପ ପାଇଁ ନୂଆ ଆଶା ଦେଖାଇବ । ଭୌଗୋଳିକ କ୍ଷେତ୍ର ଏହା ବଡ଼ ଉପଲବ୍ଧି ଏବଂ ଉଦ୍ୟୋଗ କମ୍ପାନୀ ମାନଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି । ଏମିରାଇଟ୍ସ ଏୟାର ଲାଇନ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଲ୍- ରାଧେ କହିଛନ୍ତି ।  

   Related Posts