କଟକ ୨୭।୧୦: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଦେହାନ୍ତ । ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲେ ସ୍ବରୂପ । ଗତ କିଛି ଦିନ ତଳେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଥ୍ରୋଟ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା ।
ସୂଚନା ଥାଉକି ସ୍ୱରୂପ ଅନେକ ଚଳଚ୍ଚିତ୍ରରେ, ମୋଟ୍ ୪୧ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି କଥାଚିତ୍ରରେ ଗୀତ ରଚନା କରିଥିଲେ । ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ ୬ଟି କଥାଚିତ୍ରରେ ଅଭିନୟ କରିଛନ୍ତି । ୧୯୬୨ ମସିହାରେ ଜୟଦେବ କଥାଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ସେ ଅଭିନୟ ଆରମ୍ଭ କରିଥିଲେ ।
wp:embed {"url":"https://www.prameyanews7.com/swarup-nayak-get-hospitalized-for-tratment/","type":"wp-embed","providerNameSlug":"prameya-news-7"}୧୯୪୭ ଫେବୃୟାରୀ ୮ ତାରିଖରେ ସ୍ୱରୂପ ନାୟକ ଜନ୍ମଗ୍ରହଣ କରିଥିଲେ । ୧୯୮୪ ମସିହାର ହୀରାନୀଳା କଥାଚିତ୍ର ଥିଲା ସଙ୍ଗୀତକାର ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର । ଏକାଧାରରେ ସେ ଥିଲେ ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା । ଓଡ଼ିଆ ଅଭିନେତ୍ରୀ ପାର୍ବତୀ ଘୋଷ ତାଙ୍କ ଭଉଣୀ ହୋଇଥିବା ବେଳେ କଥାଚିତ୍ର ସଙ୍ଗୀତକାର ସାରଦା ପ୍ରସନ୍ନ ନାୟକ ତାଙ୍କ ଭାଇ ।
You Can Read :
wp:embed {"url":"https://www.prameyanews7.com/maa-sunadeis-chhatar-jatra-begins-from-tomorrow-in-nuapada/","type":"wp-embed","providerNameSlug":"prameya-news-7"}