ଗୋପାଳପୁରଠାରୁ ୩୨୦ କିଲୋମିଟର ଦୂରରେ ରହିଛି ‘ତିତଲି’ ; ୫ଟି ଜିଲ୍ଲାରେ ଜାରି ହେଲା ରେଡ୍ ଆଲର୍ଟ, ୧୨ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ, ସ୍ଥଗିତ ହେଲା ଛାତ୍ର ସଂସଦ ନିର୍ବାଚନ

Published By : Prameya-News7 Bureau | October 10, 2018 IST

ଭୁବନେଶ୍ବର ୧୦|୧୦:  ଭୀଷଣ ବାତ୍ୟା 'ତିତଲି'ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଜରୁରୀ ବୈଠକ । ରାଜ୍ୟ ସଚ୍ଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଜିରୋ କାଜୁଆଲିଟି ପାଇଁ ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ୫ଟି ଜିଲ୍ଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଇତି ମଧ୍ୟରେ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ କରିସାରିଥିବା ସୂଚନା ମିଳିଛି । ଆସନ୍ତାକାଲି ସକାଳ ୫ଟା ୩୦ମିନିଟ୍ ରେ ତିତଲି ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି । ଫଳରେ ଆସନ୍ତାକାଲି ପବନର ବେଗ ଘଣ୍ଟାପ୍ରତି ୧୬୫କିଲୋମିଟର ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ତେଣୁ ଆସନ୍ତା ଦୁଇଦିନ ଅର୍ଥାତ୍ ୧୨ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ରାଜ୍ୟର ସମସ୍ତ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ କରାଯାଇଛି । ସମସ୍ତ ବିଭାଗକୁ ସତର୍କ ରହିବାଲାଗି ନିର୍ଦ୍ଦେଶ ଦିାଯାଇଥିବବେଳେ ବାତ୍ୟା କ୍ଷତିଗ୍ରସ୍ତଙ୍କ ଲାଗି ପ୍ରଚୁର ପରିମାଣର ଖାଦ୍ୟ ମହଜୁଦ ଥିବା ଆଶ୍ବସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.