ବାୟୁସେନାର ଲଢ଼ୁଆ ଆପାଚେ ହେଲିକପ୍ଟରର ଜରୁରୀ ଅବତରଣ, ଯାନ୍ତ୍ରିକ ତ୍ରୁଟି ଆଶଙ୍କା
29/05/2023 at 5:17 PM

ନୂଆଦିଲ୍ଲୀ, ୨୯/୦୫: ଭାରତୀୟ ବାୟୁସେନାର ଏକ ଲଢ଼ୁଆ ହେଲିକପ୍ଟରର ଜରୁରୀ ଅବତରଣ। ସୋମବାର ବିମାନ ବାୟୁସେନାର ଗ୍ବାଲିଅର ବେସ୍ରୁ ଉଡ଼ାଣ ଭରିଥିଲା କିନ୍ତୁ ଭିଣ୍ଡ ଜିଲ୍ଲା ଦେଇ ଯାଉଥିବା ସମୟରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ତେବେ ଲ୍ୟାଣ୍ଡିଂର ସ୍ପଷ୍ଟ କାରଣ ଜଣାପଡ଼ିନଥିବାବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀ ଅବତରଣ କରିଥିବା ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ଚନ୍ଦ୍ରଯାନ-୩କୁ ନେଇ ଇସ୍ରୋର ବଡ଼ ଘୋଷଣା, କହିଲା-ନୂଆ ସଫଳତା ପାଇଁ ପ୍ରସ୍ତୁତ
ସୂଚନା ଅନୁଯାୟୀ, ଭାରତୀୟ ବାୟୁସେନାର ଲଢ଼ୁଆ ହେଲିକପ୍ଟର ଆପାଚେ ୬୪ ଗ୍ବାଲିଅର ଏୟାର ବେସ୍ରୁ ଉଡ଼ାଣ ଭରିଥିଲା। କିନ୍ତୁ ପ୍ରାୟ ୧୦ଟା ବେଳେ ହଠାତ୍ ଭିଣ୍ଡ ଜିଲ୍ଲାର ନୟାଗାଓଁ ଥାନା ଅଞ୍ଚଳର ଜଖମୋଲୀ ଗ୍ରାମ ନିକଟରେ ଏକ ଶୁନଶାନ୍ ସ୍ଥାନରେ ଜରୁରୀ ଅବତରଣ କରିଥିଲା। ସେହି ସମୟରେ ହେଲିକପ୍ଟରରେ ବାୟୁସେନାର ଦୁଇ ପାଇଲଟ୍ ଥିଲେ। ସେମାନେ ସୁରକ୍ଷିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ପୁଞ୍ଜି ବଜାରକୁ ବଳ ଦେଲା ଆଦାନୀ ସେୟାର, ପୁଣି ଥରେ ଦୁନିଆର ପଞ୍ଚମ ବୃହତ ଇକ୍ୱିଟି ମାର୍କେଟ୍ ହେଲା ଭାରତ
ତେବେ ହଠାତ୍ ହେଲକପ୍ଟର ଲ୍ୟାଣ୍ଡ୍ କରିବାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଆଉ କିଛି ସମୟ ମଧ୍ୟରେ ହେଲିକପ୍ଟର ନିକଟରେ ଭିଡ଼ ଜମା ହୋଇଥିଲା। ଘଟଣାର ସୂଚନା ପାଇଁ ଉମରୀ ଥାନା ପୋଲିସ ଏବଂ ନୟଗାଓଁ ଥାନା ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ବାୟୁସେନା ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଘଟଣାକୁ ନେଇ ବାୟୁସେନା ପକ୍ଷରୁ ମଧ୍ୟ ଟ୍ବିଟ୍ କରାଯାଇଛି।