ନେପାଳ ବନ୍ୟା: ଫଶି ରହିଥିବା ଭାରତୀୟଙ୍କ ପାଇଁ ଦୂତାବାସ ଜାରି କଲେ ହେଲ୍ପ ଲାଇନ ନମ୍ବର

Published By : Prameya-News7 Bureau | September 30, 2024 IST

କାଠମାଣ୍ଡୁ ୩୦।୯: ବନ୍ୟା ନେପାଳରେ ଭୟାନକ କ୍ଷୟକ୍ଷତି କରିଛି। ବର୍ଷା, ବନ୍ୟା ଓ ଭୂ-ସ୍ଖଳନ ଯୋଗୁ ବିଭିନ୍ନ ସ୍ଥାନରେ ଅନେକ ଲୋକ ଫଶି ରହିଛନ୍ତି। ଏମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ଭାରତୀୟ ମଧ୍ୟ ଅଛନ୍ତି। ଏଣୁ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଲାଗି ଦୂତାବାସ ଲଗାତାର ପ୍ରୟାସ କରୁଛନ୍ତି। ଫଶି ରହିଥିବା ଭାରତୀୟ ଲୋକଙ୍କ ସହାୟତା ନିମନ୍ତେ ଦୂତାବାସ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ଏହି ସବୁ ହେଲପଲାଇନ ନମ୍ବରରେ ଯେ କୌଣସି ପ୍ରକାର ଜରୁରି ସୂଚନା ଦିଆଯାଇପାରେ। 

ଦୂତାବାସ କହିଛନ୍ତି ଯେ ବନ୍ୟାରେ ଫଶି ରହିଥିବା ଭାରତୀୟ ନାଗରିକଙ୍କୁ ବାହାର କରିବାରେ ସହାୟତା ପାଇଁ ନେପାଳୀ ଅଧିକାରୀଙ୍କ ସହ ମିଶି କାମ କରୁଛନ୍ତି। ନେପାଳରେ ଭାରତୀୟ ଦୂତାବାସ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କ ନିମନ୍ତେ ଜରୁରିକାଳୀନ ନମ୍ବର ମଧ୍ୟ ଜାରି କରିଛନ୍ତି। ନେପାଳରେ ଭାରତୀୟ ଦୂତାବାସ ଏକ୍ସ ରେ ଏମାର୍ଜେନ୍ସୀ ନମ୍ବର ଜାରି କରିଛନ୍ତି। ଦୂତାବାସ ଲେଖିଛନ୍ତି ନେପାଳରେ ଭାରତୀୟ ନାଗରିକ ଯେଉଁମାନଙ୍କୁ ସହାୟତାର ଆବଶ୍ୟକତା ରହିଛି ସେମାନେ ଜୁରିକାଳୀନ ନମ୍ବର (ହ୍ୱାଟସଆପ ସହିତ) +୯୭୭-୯୮୫୧୧୦୭୦୨୧ (ଆଟେଚି କନସୁଲାର) ଓ +୯୭୭-୯୭୪୯୮୩୩୨୯୨ (ଏଏସଓ କନସୁଲାର)ଙ୍କୁ ଯୋଗାଯୋଗ କରିପାରିବେ। 


ନେପାଳରେ ଭାରତୀୟ ଦୂତାବାସ କହିଛନ୍ତି ଯେ ରେକର୍ଡ ବର୍ଷା କାରଣରୁ ବନ୍ୟା ଓ ଭୂ-ସ୍କଳନରେ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଲୋକଙ୍କ ସହିତ ଆମର ସମ୍ବେଦନା ରହିଛି। ଆମେ ଫଶି ରହିଥିବା ଭାରତୀୟ ନାଗରିକଙ୍କ ସୂଚନା ସଂଗ୍ରହ କରୁଛୁ। ନେପାଳ ଅଧିକାରୀଙ୍କ ସହ ମିଶି  ଫଶି ରହିଥିବା ଭାରତୀୟଙ୍କୁ ସମ୍ପର୍କ କରି ସେମାନଙ୍କୁ ସୁରକ୍ଷିତ ବାହାର କରିବାକୁ ପ୍ରୟାସ କରୁଛୁ। 


ନେପାଳ ଗୃହମନ୍ତ୍ରାଳୟଙ୍କ ଅନୁସାରେ ଦେଶରେ ବନ୍ୟା ଓ ଭୂ-ସ୍ଖଳନ ଯୋଗୁ ଅନୁନ୍ୟ ୧୯୩ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ନିଖୋଜ ଅଛନ୍ତି। ଗୃହମନ୍ତ୍ରାଳୟ ମୁଖପାତ୍ର ଋଷି ରାମ ତିୱାରୀ କହିଛନ୍ତି ଯେ ଏବେବି ୩୧ ଜଣ ନିଖୋଜ ଅଛନ୍ତି। ସାରା ଦେଶରେ ବିଭିନ୍ନ ସ୍ଥାନରେ ୪,୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ପୀଡ଼ିତଙ୍କୁ ଭୋଜନ ଓ ଅନ୍ୟ ଜରୁରିକାଳୀନ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି। ସେହିପରି ଆହତମାନଙ୍କର କ୍ୟାମ୍ପରେ ଚିକିତ୍ସା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.