ପୁଣି ଲଜ୍ଜା: ଛେଳି ଚରାଇବାକୁ ଯାଇ ଦୁଷ୍କର୍ମର ଶୀକାର ହେଲେ ନାବାଳିକା

Published By : Prameya-News7 Bureau | June 28, 2022 IST

ଶାହାଜାହାନପୁର୨୬/୦୮ : ଶାହାଜାହନପୁର ଜିଲ୍ଲାର ବଣ୍ଡା ଥାନା ଅଞ୍ଚଳରେ ଥିବା ଏକ ଗାଁରେ ଏକ ସାଢ଼େ ପାଞ୍ଚ ବର୍ଷର ଝିଅ ଦୁଷ୍କର୍ମର ଶୀକାର ହୋଇଛି। ଝିଅଟି ଛେଳି ଚରାଇବାକୁ ଯାଇଥିବା ବେଳେ ଦୁଇଜଣ ୧୦ରୁ ୧୪ ବର୍ଷର ବାଳକ ଝିଅକୁ ମିଠା ମିଠା କଥା କହି ଏକ ଆଖୁ କିଆରିକୁ ନେଇ ଯାଇଥିଲ। ସେଠାରେ ନିରିହ ଝିଅଟିକୁ ଦୁଇଜଣ ବାଳକ ଦୁଷ୍କର୍ମ କରିଥିଲେ। ଝିଅକୁ ଯେତେବେଳେ ତାର ମା ରକ୍ତଭିଜା କପଡ଼ାରେ ଦେଖିଥିଲେ ସେତେବେଳେ ଝିଅଟି ତା ମାଆଙ୍କୁ ସବୁ କଥା କହଥିଲା।

ସୋମବାର ସନ୍ଧ୍ୟାରେ ଏପରି ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତର ବୟସ ୧୦ ବର୍ଷହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତର ବୟସ ୧୪ ବର୍ଷ। ସମ୍ପୃକ୍ତ ଝିଅର ମାଆ ଏସବୁ ଜାଣିବାପରେ ଥାନାରେ ଯାଇ ଅଭିଯୋଗ କରିଥିଲ। ପୋଲିସ ସମ୍ପୃକ୍ତ ଝିଅର ଡାକ୍ତରି ମାଇନା କରିଛି। ଏହା ସହିତ ଅଭିଯୋଗ ଆଧାରରେ ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ ଏବେ ଅନ୍ୟ ଅଭିଯୁକ୍ତକୁ ଖୋଜୁଛି।

ସୋମବାର ଝିଅ ଛେଳି ଚରାଇବାକୁ ଯାଇଥଲା। ସେଠାରେ ଦୁଇଜଣ ପୁଅପିଲା କିଛି ବାହାନା କରି ଝିଅକୁ ପାଖରେ ଥିବା ଆଖୁ କିଆରିକୁ ନେଇ ତା ସହ ଦୁଷ୍କର୍ମ କରିଥିଲେ। ଯେତେବେଳେ ଝିଅ ଘରକୁ ଫେରିଥିଲା ସେ ପିନ୍ଧିଥିବା କପଡ଼ା ରକ୍ତରେ ଓଦା ହୋଇଯାଇଥିଲା ବୋଲି ପୀଡ଼ିତାର ମା କହିଛନ୍ତି। ପରେ ମାଆ ପଚାରିବାରୁ ଝିଅ ସବୁ କଥା କହିଥିଲା। ପୋଲିସ ଏବେ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ ଜଣାପଡ଼ିବ ବୋଲି ପୋଲିସ କହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.