Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

NCERT ବିବାଦ; ପରାମର୍ଶଦାତା କମିଟିରୁ ନିଜ ନାଁକୁ ହଟାଇଲେ ସୁବାସ ପଲଶିକର ଓ ଯୋଗେନ୍ଦ୍ର ଯାଦବ

10/06/2023 at 3:15 PM

ନୂଆଦିଲ୍ଲୀ: NCERT ସିଲାବସ୍ କାଟଛାଟକୁ ନେଇ ପୁଣି ବିବାଦ ଦେଖାଦେଇଛି । ପାଠ୍ୟ ଖସଡ଼ାରୁ ପାଠ୍ୟକ୍ରମ ହଟାଇବା ପରେ ଲଜ୍ଜିତ ହୋଇ ପରାମର୍ଶଦାତା ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ସୁବାସ ପଲଶିକର ଓ ଯୋଗେନ୍ଦ୍ର ଯାଦବ ।  NCERT ମାନମାନି ଓ ତର୍କହୀନ ଭାବେ ପାଠ୍ୟକ୍ରମ କାଟିଥିବାରୁ ଦୁଇ ଆଡଭାଇଜର ଏଭଳି ନିଷ୍ପତ୍ତି ନେଇଛନ୍ତି । ସୁବାସ ପଲଶିକର ଓ ଯୋଗେନ୍ଦ୍ର ଯାଦବ ଏନସିଆରଟିର ନବମ ଶ୍ରେଣୀରୁ ଦ୍ବାଦଶ ପର୍ଯ୍ୟନ୍ତ ରାଜନୀତି ବିଜ୍ଞାନ ବିଷୟରେ ପରାମର୍ଶଦାତା ଥିଲେ ।

ସେ ନିଜ ଇସ୍ତଫାରେ ଲେଖିଛନ୍ତି, ଯୁକ୍ତିକରଣ ଅଭ୍ୟାସ ବିଷୟ ବସ୍ତୁକୁ ବେକାର କରିଦେଇଛି ଏବଂ ଏକାଡେମୀ ଭାବେ ନିଷ୍କ୍ରିୟ କରିଦେଇଛନ୍ତି । ଉଭୟ ନ୍ୟାସନାଲ କାଉଁସିଲ ଫର୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂର ସମସ୍ତ ରାଜନୀତି ବିଜ୍ଞାନ ପୁସ୍ତକରୁ ନିଜକୁ ନାଁକୁ ମୁଖ୍ୟ ପରାମର୍ଶଦାତା ପଦରୁ ହଟାଇ ନେଇଛନ୍ତି । ପୂର୍ବରୁ ସମସ୍ତ ପୁସ୍ତକ NCF-୨୦୦୫ ସଂସ୍କରଣ ଆଧାରରେ ୨୦୦୬-୦୭ ପ୍ରକାଶିତ ହୋଇଥିଲା । ପ୍ରତ୍ୟେକ ବହିର ସୂଚୀରେ ତାଙ୍କ ନାଁ ଉଲ୍ଲେଖ ରହିଥିଲା ।

NCERT ନିର୍ଦ୍ଦେଶକ ଦିନେଶ ସକଲାନୀଙ୍କୁ ଦୁଇ ଆଡଭାଇଜର ପଠାଇଥିବା ଚିଠିରେ ଲେଖିଛନ୍ତି, ପାଠ୍ୟ ପୁସ୍ତକର ପରିବର୍ତ୍ତନ ପାଇଁ ତାଙ୍କ ଠାରୁ କୌଣସି ପରାମର୍ଶ ନିଆଯାଇନାହିଁ । ସେହିପରି ସୂଚୀ ମଧ୍ୟ କରାଯାଇନାହିଁ । ଯଦି NCERT ପାଠ୍ୟକ୍ରମ ବିଲୋପନ କରିବାକୁ ଅନ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେଇଛି, ତେବେ ଏହାକୁ ଆମେ ସ୍ପଷ୍ଟ ଭାବେ ଅସହମତି କରୁଛୁ ବୋଲି କହିଛନ୍ତି । ଗତ ଏକ ମାସ ହେଲା NCERT ପାଠ୍ୟକ୍ରମ ହଟାଇବା ପରେ ବିବାଦ ଜାରି ରହିଛି ।

   Related Posts