୨୦ କୋଟିରୁ ଅଧିକ ଟ୍ବିଟର ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ୍, ରିପୋର୍ଟରୁ ହେଲା ଖୁଲାସା
6/01/2023 at 9:22 AM

ନୂଆଦିଲ୍ଳୀ, ୦୬/୦୧: ବିପଦରେ ଟ୍ବିଟର ୟୁଜର୍ସଙ୍କ ତଥ୍ୟ । କୁହାଯାଉଛି କୋଟି କୋଟି ୟୁଜର୍ସଙ୍କ ତଥ୍ୟ ସାର୍ବଜନୀନ କରିଛନ୍ତି ହ୍ୟାକର। ଏହାକୁ ଏକ ବଡ଼ ତଥ୍ୟ ଲିକ୍ ଭାବରେ ଦେଖାଯାଉଛି। ଅବଶ୍ୟ ଏନେଇ ସୋସିଆଲ ଟ୍ବିଟର ପକ୍ଷରୁ ଏପର୍ଯ୍ୟନ୍ତ କିଛି କୁହାଯାଇନାହିଁ। ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ହ୍ୟାକ୍ କେଉଁଠାରୁ ହୋଇଥିଲା ଏବଂ କିଏ କରିଥିଲା।
ବୁଧବାର ସୁରକ୍ଷା ବିଶେଷଜ୍ଞଙ୍କ ସୂଚନା ଦେଇଛନ୍ତି ଯେ ହ୍ୟାକର ୨୦ କୋଟିରୁ ଅଧିକ ଟ୍ବିଟର ୟୁଜର୍ସଙ୍କ ଇମେଲ ଆଡ୍ରେସ୍ ଚୋରି କରିଛନ୍ତି ଏବଂ ଏହାକୁ ବିକ୍ରି ପାଇଁ ଲଗାଇଛନ୍ତି। ଇସ୍ରାଏଲର ସାଇବର ସିକ୍ୟୁରିଟି ମନିଟରିଂ ସଂସ୍ଥାର ସହ ସଂସ୍ଥାପକ ଏଲନ ଗାଲ୍ କହିଛନ୍ତି ଏହି ହ୍ୟାକିଂ ବଡ଼ ଆକାରରେ ହୋଇଛି।
ସୁରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ସରକାର କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ପାଇଁ ଏହି ଟ୍ବିଟର ଆଇଡିର ବ୍ୟବହାର କରାଯାଇପାରେ। ତେବେ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ଯେ ବିକ୍ରି ପାଇଁ ଉପଲବ୍ଧ ଥିବା ତଥ୍ୟ ଟ୍ବିଟରର କି ନୁହେଁ।