ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଗାଁ ରାସ୍ତାରେ ଚାଲିଲା ଦନ୍ତା: ଆତଙ୍କିତ ଲୋକେ, ଘରେ ପଡିଲା ତାଟି କବାଟ

16/07/2022 at 12:59 PM

ଆନନ୍ଦପୁର ୧୬/୦୭: ସକାଳୁ ସକାଳୁ ଗାଁ ଭିତରକୁ ଅପ୍ରତ୍ୟାଶିତ ଭାବେ ପସିଆସିଲା ଏକ ଦନ୍ତା ହାତୀ । ସିଧା ଗାଁର ମୁଖ୍ୟ ରାସ୍ତା ଉପରେ ଚାଲିଲା । ଏହା ଦେଖି ଗାଁ ଲୋକେ ଆତଙ୍କିତ ହୋଇ ପଡିଲେ । ଲୋକଙ୍କ ଘରେ ତାଟି କବାଟ ପଡିଗଲା ।

ଏପରି ଘଟଣା ଦେଖିବାକୁ ମିଳିଛି ହାତଡ଼ିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତ ଆତୁରିକୋଣା ଗାଁରେ । ଗତକାଲି ହାତୀଟି କୌଣସି କାରଣରୁ ହଦଗଡ଼ ହସ୍ତୀ ଅଭୟାରଣ୍ୟରୁ ପଳାଇ ଆସି ସୋସୋ କାନପୁର ଆମ୍ବତୋଟା ଆଡେ ଯାଇଥିଲା । ସକାଳୁ ସକାଳୁ ଜଙ୍ଗଲ ଅଭିମୁଖେ ଯାଉଥିବା ସମୟରେ ଗାଁ ଭିତରକୁ ପଶି ଯାଇଥିଲା । କିନ୍ତୁ କାହାର କୌଣସି କ୍ଷୟକ୍ଷତି କରି ନଥିବା ସୂଚନା ମିଳିଛି ।

   Related Posts