ପୁଅକୁ ଭେଟିବାକୁ ଟେକ୍ସାସ ଗଲେ ଗ୍ୟାରେଜରେ ସୁଅନ୍ତି ଏଲନ ମସ୍କଙ୍କ ମା!

Published By : Prameya-News7 Bureau | August 28, 2022 IST

ଟେସ୍ଲା ସିଇଓ  ତଥା ସ୍ପେସ୍-ଏକ୍ସ ମାଲିକ ଏଲନ ମସ୍କ ବିଶ୍ୱର ସବୁଠୁ ଧନିବ୍ୟକ୍ତି। ହେଲେ ଜାଣିଲେ ଆଶ୍ଚର୍ଯ୍ୟହେବେ ତାଙ୍କୁ ଭେଟିବାକୁ ଯେତେବେଳେ ତାଙ୍କ ମା ଆସନ୍ତି ତାଙ୍କୁ ଗ୍ୟାରେଜ ଘରେ ସୋଇବାକୁ ପଡେ। ଘରେ ତାଙ୍କ ମାଙ୍କ ଲାଗି ବଖରାଟିଏ ବି ନାହିଁ। ଏହି କଥା ନିଜେ ଏଲନ ମସ୍କଙ୍କ ମା ମାଏ ମସ୍କ କହିଛନ୍ତି। ଯେତେବେଳେ ବି ସେ ତାଙ୍କ ବିଲିୟୋନେୟର ପୁଅକୁ ଭେଟିବା ପାଇଁ ଆମେରିକା ଟେକ୍ସାସ ଯାଆନ୍ତି ତାଙ୍କୁ ଗ୍ୟାରେଜରେ ସୋଇବାକୁ ହୋଇଥାଏ।

୭୪ ବର୍ଷ ବୟସ୍କା ମଡେଲ ତଥା ଆକ୍ଟିଭିଷ୍ଟ ମାଏ ମସ୍କ ତାଙ୍କ କୁବେର ପୁଅଙ୍କ ସମ୍ପର୍କରେ ଅନେକ ଗୋପନ କଥା ଉଜାଗର କରିଛନ୍ତି। ସଣ୍ଡେଟାଇମସ୍ ସହ ସାକ୍ଷାତକାରରେ ମାଏ ମସ୍କ ତାଙ୍କ ପୁଅ ହୁଏତ ବିଶ୍ୱରେ ବିଲିୟୋନେୟର ହୋଇଥାଇ ପାରନ୍ତି, ହେଲେ ସମ୍ପତ୍ତିରେ ତାଙ୍କର ଆଦୌ ମୋହ ନାହିଁ ବୋଲି କହିଛନ୍ତି। ଏଣୁ ସେ ଯେତେବେଳେ ବି ସ୍ପେସ୍-ଏକ୍ସ ମୁଖ୍ୟାଳୟ ଟେକ୍ସାସର ମେଣ୍ଟେକ୍ ମ୍ୟାଗ୍ନେଟ୍ ଯାଆନ୍ତି ସେଠାରେ ତାଙ୍କୁ ଗାଡି ଗ୍ୟାରେଜରେ ରାତି ବିତାଇବାକୁ ପଡିଥାଏ।

{"id":677373,"width":838,"height":601,"sizeSlug":"full","linkDestination":"none"}

ମସ୍କ ରକେଟ୍ ସାଇଟ୍‌ରେ ନିଜ ଲାଗି ଫ୍ୟାନସୀ ଘରଟିଏ ବି କରି ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ପ୍ରାରମ୍ଭରେ ଏଲନ ମସ୍କ ତାଙ୍କର ନିଜର ଘରଟିଏ ବି ନଥିବା ଓ ସେ ସାଙ୍ଗମାନଙ୍କ ଘରେ ନିଜକୁ ଆଡଜଷ୍ଟ କରୁଥିବା ଘୋଷଣା କରିଥିଲେ। ସେ ସେତେବେଳେ ଏହି କଥା କହିଥିଲେ ଯେତେବେଳେ ସେ ୨୦୨୦ ମସିହାରେ ତାଙ୍କର ସବୁ ସମ୍ପତ୍ତି ବିକିଦେବାକୁ ବିଚାର କରିଥିଲେ।  ଏକଥା ସେ ଟ୍ୱିଟରରେ ମଧ୍ୟ ଉଲ୍ଲେଖ କରିଖିଲେ। ଯେଉଁଥିରେ ସେ ତାଙ୍କର ସମସ୍ତ ଭୌତିକ ସମ୍ପତ୍ତି ବିକିଦେବାକୁ ଚାହାନ୍ତି ବୋଲି ଉଲ୍ଲେଖ କରିଥିଲେ। ପରେ ସ୍ପେସ୍ ଏକ୍ସ ସିଇଓ ତାଙ୍କର କେବଳ ଏକ ଭଡ଼ାଘର ଥିବା କଥା କହିଥିଲେ। ଯେଉଁଥି ପାଇଁ ସେ ୫୦ ହଜାର ଡଲାର ଭଡା ଦେଉଥିବା କହିଥିଲେ।

ମାଏ ମସ୍କଙ୍କ ୩ଟି ସନ୍ତାନରୁ ଏଲନ ସବୁଠୁ ବଡ ଓ ସେ ତାଙ୍କର ସ୍ପେସ୍-ଏକ୍ସ ଓ ଟେସଲା କାର ପାଇଁ ସାରା ବିଶ୍ୱରେ ପ୍ରଶିଦ୍ଧ। ଏଲନ ମସ୍କଙ୍କ ଆଉ ଗୋଟିଏ ଭାଇ କିମ୍ବଲ ମସ୍କ ଓ ଭଉଣୀ ଟୋସ୍କା ମସ୍କ ଅଛନ୍ତି। ତେବେ ଏଲନ ମସ୍କ ତାଙ୍କ ବ୍ୟବସାୟରେ ସମସ୍ତ ସମୟ ବିନିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.