ନିଲାମରେ ଲାଗିଛି ଟେସଲା CEOଏଲନ ମସ୍କଙ୍କ କିଛି ଅଦେଖା ଫଟୋ, ଅକ୍ସନରେ ଲଗାଇଛନ୍ତି ପୂର୍ବତନ ବାନ୍ଧବୀ

Published By : Prameya-News7 Bureau | August 25, 2022 IST

ଏଲନ ମସ୍କଙ୍କ ବାନ୍ଧବୀ ଜେନିଫର ଗ୍ୱିନ୍‌ ସେମାନଙ୍କ କଲେଜ ଦିନର କିଛି ପୂରୁଣା ଫଟୋକୁ ଏବେ ନିଲାମରେ ରଖିଛନ୍ତି। ‘ଦି ଇଣ୍ଡିପେଣ୍ଡେଣ୍ଟ’ ରିପୋର୍ଟ ଅନୁସାରେ ଏହି ସବୁ ଫଟୋ ସେ ଦିନର ଯେତେବେଳେ ମସ୍କ ଓ ଜେନିଫର ପାଖାପାଖି ୨୦ ବର୍ଷ ବୟସରେ ଥିଲେ ଓ ୟୁନିଭର୍ସିଟି ଅଫ ପେନସିଲଭାନିଆରେ ପଢୁଥିଲେ। ଏବେ ୪୮ ବର୍ଷ ବୟଷ୍କା ଗ୍ୱିନ୍‌ ତାଙ୍କ ସବତ ପୁଅର ପାଠ ପଢ଼ା ବାବଦ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ  ଏହି ସବୁ ଫଟୋକୁ ନିଲାମ କରିବାକୁ ଚାହୁଁଥିବା ବେଳେ ପ୍ରତି ଫଟୋର ବୋଲି ୧୦୦ ଡଲାର ଲଗାଇଛନ୍ତି।

ଏହି ଫୋଟରେ ମସ୍କଙ୍କୁ ତାଙ୍କ ତତ୍କାଳୀନ ପ୍ରେମିକା ସହ ପୋଜ ଦେଉଥିବାର ଦେଖାଯାଇଛି। କେବଳ ଏତିକି ନୁହେଁ ଏହି ସବୁ ଫଟୋ ଚିତ୍ରରେ କେଉଁଠି ମସ୍କ ସାଙ୍ଗମାନଙ୍କ ସହ ଦେଖାଯାଇଥିବା ବେଳେ କେଉଁଠି ନିଜ ଛାତ୍ରାବାସ ରୁମରେ କମ୍ପ୍ୟୁଟରରେ କାମ କରୁଥିବାର ଦେଖା ଯାଉଛି। ଜେନିଫର ଏହିପରି ମୋଟ ୧୮ଟି ଫଟୋ ଓ ତାଙ୍କ ଜନ୍ମ ଦିନରେ ମସ୍କ ତାଙ୍କୁ ଉପହାର ଦେଇଥିବା ଜନ୍ମଦିନର କାର୍ଡକୁ ମଧ୍ୟ ନିଲାମରେ ରଖିଛନ୍ତି।

{"id":676027,"sizeSlug":"full","linkDestination":"none"}

ଏହି ସବୁ ଫଟୋ ଆର.ଆର. ଅକ୍ସନରେ ନିଲାମ ହେଉଛି। ଯାହା ମସ୍କ ଓ ଜେନିଫରଙ୍କ ଯୁବାବସ୍ଥାର ଅନେକ କିଛି ବ୍ୟାଖ୍ୟା କରୁଛି। ସେମାନଙ୍କର ଏହି ସମ୍ପର୍କ ବେଶ ମଧୁର ଥିଲା ବୋଲି ଜେନିଫର କହିଛନ୍ତି, ତେବେ ଏତେ ସ୍ନେହପୂର୍ଣ୍ଣ ନଥିଲା। ମସ୍କ ୧୯୯୫ ମସିହାରେ ପାଲୋ ଅଲ୍ଟୋ ଚାଲି ଯାଇଥିଲେ। ତେବେ ମସ୍କ ପେନସିଲଭାନିଆ ୟୁନିଭର୍ସିଟି ଛାଡିବା ପର୍ଯ୍ୟନ୍ତ ଜେନିଫରଙ୍କ ସହ ତାଙ୍କର ଅତୁଟ ସମ୍ପର୍କ ଥିଲା। ହେଲେ ମସ୍କ ଚାଲିଯିବା ପରେ ସମ୍ପର୍କ ସେଇଠି ରହିଯାଇଥିଲା।

୧୯୯୪ ପ୍ରାରମ୍ଭରେ ସେମାନଙ୍କର ଦେଖାସାକ୍ଷାତ ହୋଇଥିଲା। ମସ୍କ ଓ ଗ୍ୱିନ୍‌ ଗୋଟିଏ ଛାତ୍ରାବାସରେ ରହୁଥିଲେ ଓ ମସ୍କ ତାଙ୍କ ବରିଷ୍ଠ ଛାତ୍ରଥିଲେ। ସେମାନଙ୍କ ମଧ୍ୟରେ ସମ୍ପର୍କ କେବଳ ଏତିକି। ଏକାଠି ଗୋଟିଏ ଛାତ୍ରାବାସରେ ରହୁଥିବା ବେଳେ ଅନେକ କାର୍ଯ୍ୟ ମିଳିମିଶି କରିଥିଲେ। ଗ୍ୱିନ୍ ଏବେ ୪୮ ବର୍ଷର, ତେବେ ସ୍ମୃତି ବେଶ୍ ମଧୁର, ହେଲେ ଆବଶ୍ୟକତାରେ ଏଥିରୁ କିଛି ମିଳିଯିବା ଆଶାରେ ଗ୍ୱିନ୍‌ ତାଙ୍କ ଯୁବାବସ୍ଥାର ଫଟୋ ଗୁଡିକୁ ନିଲାମ କରିବାକୁ ଚାହୁଁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.