ଯୁଦ୍ଧ ରୋକିବା ପାଇଁ ଏଲନ ମସ୍କଙ୍କ ‘ଶାନ୍ତି ପ୍ରସ୍ତାବ’, ଜାଣନ୍ତୁ କ'ଣ କହି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ରାଷ୍ଟ୍ରପତି ଜେଲେନସ୍କି

Published By : Prameya-News7 Bureau | October 04, 2022 IST

ନୂଆଦିଲ୍ଲୀ: ସାତ ମାସରୁ ଅଧିକ ସମୟ ଧରି ଜାରି ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ବିଶ୍ୱର ସବୁଠୁ ବଡ଼ ଧନୀ ଏଲନ ମସ୍କ ଶାନ୍ତି ଯୋଜନା ପ୍ରସ୍ତାବ ଦେଇଛନ୍ତି । ନିଜର ପ୍ରଥମ ଯୋଜନାରେ ସେ ଟ୍ୱିଟର ୟୁଜର୍ସଙ୍କ ରାୟ ମାଗିଛନ୍ତି । ୨୦୧୪ରେ ରୁଷ ଦ୍ୱାରା ଅକ୍ତିଆର କରାଯାଇଥିବା କ୍ରିମିୟାକୁ ମାନ୍ୟତା ଦେବା ଏବଂ ୟୁକ୍ରେନର ସେହି ଚାରୋଟି ଅଞ୍ଚଳକୁ, ଯେଉଁଠି ଗତ ସପ୍ତାହରେ ରୁଷ ଜନମତ ସଂଗ୍ରହ କରିଥିଲା, ସେଠାରେ ୟୁକ୍ରେନ ଅଧିକାରୀଙ୍କ ଉପସ୍ଥିତିରେ ନିର୍ବାଚନ କରାଇବାକୁ ପରାମର୍ଶ ଦେଇଛନ୍ତି । ତେବେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହ ମସ୍କଙ୍କୁ ନିନ୍ଦା କରିଛନ୍ତି।

କ୍ରିମିୟାକୁ ଆନୁଷ୍ଠାନିକ ଭାବେ ରୁଷର ବୋଲି ମାନ୍ୟତା ଦିଆଯିବା ଦରକାର ବୋଲି ମସ୍କ କହିଛନ୍ତି । ଏହାସହ କ୍ରିମିୟାକୁ ପାଣି ସୁନିଶ୍ଚିତ କରିବା ପାଇଁ ଭରଷା ଦିଆଯିବା ଦରକାର ଏବଂ ଏଥିରେ ୟୁକ୍ରେନ ନିରପେକ୍ଷ ରହିବା ଜରୁରୀ । ଶାନ୍ତି ଯୋଜନା ଉପରେ ଟ୍ୱିଟର ୟୁଜର୍ସଙ୍କୁ ହଁ କିମ୍ୱା ନାରେ ଭୋଟ ଦେବାକୁ କହିଛନ୍ତି । ମସ୍କ ଏହା ମଧ୍ୟ କହିଛନ୍ତି, ଯଦି ଲୋକେ ଚାହିଁବେ ତେବେ ରୁଷ, ୟୁକ୍ରେନକୁ ଛାଡିଦେବ।

wp:html /wp:html

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏହି ଶାନ୍ତି ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ନିନ୍ଦା କରିଛନ୍ତି। ଏହାସହ ସେ ଜନତାଙ୍କୁ ଦୁଇଟି ପ୍ରଶ୍ନ ଉପରେ ମତାମତ ଲୋଡିଛନ୍ତି। ଜେଲେନସ୍କି ଟ୍ୱିଟର ୟୁଜର୍ସଙ୍କୁ ପ୍ରଶ୍ନ କରି ଆପଣଙ୍କୁ କେଉଁ ଏଲନ ମସ୍କ ଅଧିକ ପସନ୍ଦ ବୋଲି ପଚାରିଛନ୍ତି ? ଯିଏ ୟୁକ୍ରେନର ସମର୍ଥନ କରୁଛି ନା ଯିଏ ରୁଷର ସମର୍ଥନ କରୁଛି ?

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.