Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଏଲନ ମସ୍କଙ୍କ ବାପା ୭୬ ବର୍ଷ ବୟସରେ ମାନିଲେ ସତ, ୩୫ ବର୍ଷୀୟା ସାବତ ଝିଅଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଅଛି ଦୁଇଟି ସନ୍ତାନ

15/07/2022 at 4:55 PM

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ପରିବାରର ଏକ ଘୃଣ୍ୟ ସତ୍ୟର ଉଜାଗର ହୋଇଛି । ଟେସଲା ଏବଂ ସ୍ପେସ ଏକ୍ସର ମାଲିକ ଏଲନ ମସ୍କଙ୍କ ୭୬ ବର୍ଷୀୟ ବାପା ଏରୋଲ ମସ୍କ ସମସ୍ତଙ୍କୁ ଚକିତ କଲା ଭଳି ଏକ ବାଦି କରିଛନ୍ତି । ଏରୋଲ ମସ୍କ କହିଛନ୍ତି, ନିଜର ୩୫ ବର୍ଷୀୟା ସାବତ ଝିଅ ଜାନା ବେଜୁଇଡେନହାଉଟଙ୍କ ସହ ତାଙ୍କ ଶାରୀରିକ ସମ୍ପର୍କ ରହିଛି । କେବଳ ଏହା ନୁହେଁ ନିଜ ସାବତ ଝିଅଙ୍କ ଠାରୁ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି । ଏରୋଲ କହିଛନ୍ତି, ତିନି ବର୍ଷ ପୂର୍ବେ ତାଙ୍କ ସାବତ ଝିଅ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ । ଏହା ଅତ୍ୟନ୍ତ ଗୁପ୍ତ ଥିଲା।

ଦ ସନକୁ ଦେଇଥିବା ଏକ ସାକ୍ଷାତକାରରେ ୭୬ ବର୍ଷୀୟା ଏରୋଲ କହିଛନ୍ତି, ସେ ତିନି ବର୍ଷ ପୂର୍ବେ ୩୫ ବର୍ଷୀୟା ବେଜୁଇଡେନହାଉଟଙ୍କ ସହ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଥିଲେ । ୨୦୧୭ରେ ଏରୋଲଙ୍କ ସନ୍ତାନ ଇଲିୟଟ ରଶଙ୍କ ଜନ୍ମ ହୋଇଥିଲା, ଏବେ ତାଙ୍କର ବୟସ ୫ ବର୍ଷ । ଏହାପରେ ୨୦୧୯ରେ ବେଜୁଇଡେନହାଉଟ ଏରୋଲଙ୍କ ଦ୍ୱିତୀୟ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ବେଜୁଇଡେନହାଉଟ ଏରୋଲ ମସ୍କଙ୍କ ଦ୍ୱିତୀୟ ପତ୍ନୀ ହିଡ୍ ବେଜୁଇଡେନହାଉଟଙ୍କ ଝିଅ । ଏରୋଲ ମସ୍କ ୧୯୭୯ରେ ଏଲନ ମସ୍କଙ୍କ ମାଆ ମେୟ ହଦ୍ଲମେନ ମସ୍କଙ୍କଠାରୁ ଅଲଗା ହେବା ପରେ ଦ୍ୱିତୀୟ ବିବାହ କରିଥିଲେ । ମେୟ ଏବଂ ଏରୋଲଙ୍କ ତିନୋଟି ସନ୍ତାନ ଏଲନ, କିମ୍ୱଲ ଏବଂ ଟୋକ୍ସା ଅଛନ୍ତି । ଏହାପରେ ଏରୋଲ ଜଣେ ବିଧବା ମହିଳା ହେଡି ବେଜୁଇଡେନହାଉଟଙ୍କୁ ବିବାହ କରିଥିଲେ । ହେଡିଙ୍କ ପୂର୍ବରୁ ଦୁଇଟି ସନ୍ତାନ ଥିଲେ। ଏଥିରେ ଜାନା ବେଜୁଇଡେନହାଉଟ୍ ଜଣେ । ସେତେବେଳେ ତାଙ୍କୁ ୪ ବର୍ଷ ହୋଇଥିଲା । ଏରୋଲ ଏବଂ ହେଡିଙ୍କ ବି ଦୁଇଟି ସନ୍ତାନ ଅଛନ୍ତି । ୧୮ ବର୍ଷ ଏକାଠି ରହିବା ପରେ ଦୁହେଁ ଅଲଗା ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଏହି ଖବର ବାବଦରେ ପ୍ରଥମ ଥର ମସ୍କ ପରିବାର ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାପରେ ଏରୋଲ ଏବଂ ଏଲନ ମସ୍କ ସମ୍ପର୍କରେ ଦୂରତା ବଢିଥିଲା । ଏହାପରଠୁ ଆଜି ଯାଏଁ ଏଲନ ମସ୍କ ନିଜ ବାପାଙ୍କୁ ପସନ୍ଦ କରୁ ନାହାନ୍ତି ।

ବ୍ରିଟେନର ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଏରୋଲ ମସ୍କ ଏହା ମଧ୍ୟ କହିଛନ୍ତି, ‘ପୃଥିବୀରେ ଆମେ କେବଳ ଗୋଟିଏ କାମ ପାଇଁ ଅଛୁ, ତାହା ହେଉଛି ପ୍ରଜନନ କରିବା’।  

   Related Posts