oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଟୁଇଟର୍‌ କିଣି ନାହାନ୍ତି କି ଏଲନ୍‌ ମସ୍କ ? କହିଲେ ଡିଲ୍‌ ଏବେ ବି ସ୍ଥଗିତ ରହିଛି

13/05/2022 at 5:57 PM

ନୂଆଦିଲ୍ଲୀ ୧୩/୦୫ : ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତଥା ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଟୁଇଟ୍‌ କରି କହିଛନ୍ତି ଟୁଇଟର ସହିତ କରିଥିବା ଡିଲ୍‌କୁ ସ୍ଥଗିତ ରଖିଛନ୍ତି । ଅସ୍ଥାୟୀ ଭାବରେ ସେ ଏହି ଡିଲ୍‌କୁ ସ୍ଥଗିତ କରିଛନ୍ତି । ସ୍ପାମ୍‌ ଓ ଫ୍ୟାକ୍‌ ଆକାଉଣ୍ଟ କାରଣରୁ ଟୁଇଟର ଡିଲ୍‌କୁ ମସ୍କ ସ୍ଥଗିତ ରଖିଥିବା ଜଣାପଡ଼ିଛି।  ଏଲନ ମସ୍କ ଟୁଇଟରକୁ ୪୪ ଅରବ୍ ଡଲାର୍‌ରେ କିଣିବେ ବୋଲି ଡିଲ୍‌ କରିଥିଲେ ।

ମସ୍କ ଟୁଇଟ କରି କହିଛନ୍ତି “ଅସ୍ଥାୟୀ ଭାବେ ଟୁଇଟର୍‌ ଡିଲ୍‌କୁ ସ୍ଥଗିତ କରାଯାଇଛି। ଟୁଇଟରରେ ଏବେ ସ୍ପାମ୍‌ ବା ନକଲି ଆକାଉଣ୍ଟ ୫ ପ୍ରତିଶତରୁ କମ୍‌ ରହିଛି’’। ଟୁଇଟରରେ ଏବେ  ୨୨. ୯ କୋଟି ୟୁଜର୍ସ ଅଛନ୍ତି ।

ଏଲନ୍‌ ଡିଲ୍‌ କରିବା ସମୟରୁ ପ୍ଲାଟଫର୍ମରେ ଥିବା ଫ୍ୟାକ୍‌ ଆକାଉଣ୍ଟକୁ ହଟାଇବା ପାଇଁ କହିଥିଲେ। ଡିଲ୍‌ କରିବା ସମୟରେ ସେ କହିଥିଲେ କି ଯଦି ଏହି ଡିଲ୍‌ ହେଉଛି ତାହେଲେ ପ୍ଲାଟ ଫର୍ମରୁ ଫ୍ୟାକ୍‌ ଆକାଣ୍ଟକୁ ହଟାଇବାକୁ ପଡ଼ିବ। ଏହି ସ୍ପାମ୍‌ ଆକାଉଣ୍ଟ ପାଇଁ ଏଲନ୍‌ଙ୍କ ଡିଲ୍‌ରେ ସମସ୍ୟା ସୃଷ୍ଟି ହୋଇଛି ବୋଲି କୁହାଯାଇଛି ।

   Related Posts