ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଆପଲ ୟୁଜରଙ୍କ ପାଇଁ ମହଙ୍ଗା ହେଲା ଟ୍ୱିଟର: ଭେରିଫାଏଡ ଆକାଉଣ୍ଟ ପାଇଁ ମାସକୁ ଗଣିବାକୁ ପଡ଼ିବ ଏତିକି ଟଙ୍କା

6/11/2022 at 7:58 AM

ୱାଶିଂଟନ: ଟ୍ୱିଟର କିଣିବା ପରେ ଏଥିରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରୁଛନ୍ତି ଏଲନ ମସ୍କ। ଏବେ ଆଇଫୋନ୍ ୟୁଜରମାନଙ୍କୁ ପାଇଁ ସବ୍ସକ୍ରିପ୍‌ସନ ବିଲ୍ ଜାରି କରିଛନ୍ତି ଟ୍ୱିଟର। ଆଇଫୋନ୍ ୟୁଜରଙ୍କୁ ଟ୍ୱିଟର ବ୍ଲୁ ଟିକ୍(ଭେରିଫାଏଡ୍) ପାଇଁ ମାସକୁ ୭.୯୯ ଆମେରିକୀୟ ଡଲାର ଦେବାକୁ ହେବ ବୋଲି କମ୍ପାନୀ ଘୋଷଣା କରିଛି। ଏନେଇ କମ୍ପାନୀ ସବ୍ସକ୍ରିପସନ ପଲିସି ଲଞ୍ଚ କରିଛି।

ଆପଲ ଆଇଓଏସ୍‌ରେ ଅପଡ୍‌ଟେ ଆସିବା ମାତ୍ରେ ଆପଣ ଅପଡେଟ୍ କରିବେ। ଆଉ ଥରେ ଅପ୍‌ଡେଟ୍ କରିବା ମାତ୍ରେ ଟ୍ୱିଟର ଲଗ୍‌ଆଉଟ୍ ହୋଇ ପୁଣିଥରେ ଲଗ୍‌ଇନ କରିବାକୁ କହିବ। ଆଉ ନୂଆ କରି ଟ୍ୱିଟର ଲଗ୍‌ ଇନ କଲେ ଆପଣଙ୍କୁ ବ୍ଲୁ ଟିକ୍‌ ପାଇଁ ଅର୍ଥରାଶି ଭରିବାକୁ କୁହାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

ଅପଲରେ ଅପଡେଟ୍ ଆସିବା ପରେ “sign up now” ଅପସନ ଆସିବ। ନା ପାଖର ବ୍ଲୁ ଚେକ୍‌ ମାର୍କ ଆସିବ। ସେଲିବ୍ରିଟି, କମ୍ପାନୀଙ୍କ ଭଲି ଆପଣଙ୍କ ନାଁ ପାଖରେ ବି ବ୍ଲୁଟିକ୍ ଆସିବ। ଯଦି ଆପଣ ଏହାକୁ ନେବାକୁ ଚାହାନ୍ତି ତେବେ ଆପଣଙ୍କ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ ବୋଲି କମ୍ପାନୀ କହିଛି।

ତେବେ ଏହି ବ୍ୟବସ୍ଥା କେବଳ କାନାଡ଼ା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ବ୍ରିଟେନ୍‌ର ଆପଲ ୟୁଜରମାନଙ୍କ ପାଇଁ ହେବ ବୋଲି ମସ୍କ କହିଛନ୍ତି। ତେବେ ବ୍ଲୁ ଟିକ୍ ପାଇଁ ଟ୍ୱିଟରର ଏହି ସବ୍ସକ୍ରିପ୍‌ସନ ବ୍ୟବସ୍ଥା ଲଞ୍ଚ ହୋଇଥିଲେ ବି ଏହାକୁ ନେଇ ବର୍ତ୍ତମାନ ସୁଧା ବଡ଼ଧରଣର ପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ। ତେବେ ଭାରତରେ ଟ୍ୱିଟର ବ୍ଲୁ ଲଞ୍ଚ୍ ହେବା ନେଇ ପ୍ରଶ୍ନରେ ଏଲନ ମସ୍କ କହିଛନ୍ତି ଯେ ମାସକ ଭିତରେ ଭାରତରେ ମଧ୍ୟ ଏହି ଟ୍ୱିଟର ବ୍ଲ୍ ବ୍ୟବସ୍ଥା ଲାଗୁ ହେବ।

ସୂଚନା ଥାଉକି ଟ୍ୱିଟର ବ୍ଲୁ ହେଉଛି ଟ୍ୱିଟର ଅତ୍ୟାଧୁନିକ ବ୍ୟବସ୍ଥା। ଯେଉଁଥିରେ ମାସକୁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ। ଟଙ୍କା ଦେବା ମାତ୍ରେ ଗ୍ରାହକ ଟ୍ୱିଟରରେ ପ୍ରିୟମିୟମ ସ୍ତରରେ ସେବା ପାଇପାରିବେ।

   Related Posts