ଶୀଘ୍ର Xmail ଲଞ୍ଚ କରିବେ ଏଲନ ମସ୍କ, ଜିମେଲ୍ ସହ ହେବ ସିଧା ଟକ୍କର

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ: ଏଲନ ମସ୍କ ଗୁଗଲ, ଫେସବୁକ୍ ଓ ଅନ୍ୟ ଟେକ୍ କମ୍ପାନୀଗୁଡ଼ିକୁ ଦୀର୍ଘ ସମୟ ଧରି କଟାକ୍ଷ କରି ଆସିଛନ୍ତି। ଏଲନ ମସ୍କ ଗୁଗଲ ଜେମିନିରେ ମଧ୍ୟ ମିମ୍ସ ସେୟାର କରି ଆସିଛନ୍ତି। ଆଉ ଏବେ ଗୁଗଲକୁ ସିଧାସଳଖ ଟକ୍କର ଦେବାକୁ ପ୍ରସ୍ତୁତି କରୁଛନ୍ତି ମସ୍କ। ବିଶ୍ଵର ଦ୍ଵିତୀୟ ନମ୍ବର ଧନୀ ମସ୍କ ଶୀଘ୍ର ଏକ୍ସମେଲ୍ ଲଞ୍ଚ କରିବାକୁ ଯାଉଛନ୍ତି, ଯାହା ଏକ୍ସର ଏକ ନୂତନ ଇ-ମେଲ୍ ସର୍ଭିସ୍ ହେବ।

ଏହାର ସୂଚନା ଖୋଦ୍ ଏଲନ ମସ୍କ ଦେଇଛନ୍ତି। ଏକ୍ସର ଜଣେ ଇଞ୍ଜିନିୟର ଏକ୍ସରେ ପ୍ରଶ୍ନ କରିଥିଲେ ଯେ, ଆପଣ କେବେ Xmail ଆଣୁଛନ୍ତି। ଏହାର ଉତ୍ତରରେ ଏଲନ ମସ୍କ କହିଛନ୍ତି ଏହା ଶୀଘ୍ର ଆସିବାକୁ ଯାଉଛି।  ଏଲନ ମସ୍କଙ୍କ ଏହି ଉତ୍ତର ପରେ ଏକ୍ସମେଲ୍ ଆସୁଥିବାର ସମ୍ଭାବନା ଦେଖା ଦେଇଛି। ମସ୍କ ସଙ୍କେତ ଦେଇଛନ୍ତି ଯେ, ଏକ୍ସମେଲ୍ ଉପରେ କାମ ଚାଲିଛି ଏବଂ ଏହା ଗୁଗଲର ଜିମେଲକୁ ଟକ୍କର ଦେଇପାରେ। ମସ୍କଙ୍କ ଗତ ଘଟଣାବଳୀକୁ ଦେଖିଲେ ଏହା ବିଶ୍ଵାସ କରାଯାଇପାରେ ଯେ, ସତରେ ମସ୍କ ଜିମେଲର ବିକଳ୍ପ ନେଇକି ଆସୁଛନ୍ତି।   

wp:html /wp:html

ମସ୍କ ବିଗତ ଦିନରେ ନିରବତାର ସହ ଅନେକ ବଡ଼ ଘଟଣାର ସଙ୍କେତ ଦେଇ ଆସିଛନ୍ତି। ଏକ୍ସର ନୂତନ ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ ଏହା ଉପରେ ମୋହର ମାରିଛନ୍ତି।  ଏହି ଖବର ଟେକ୍ ଜଗତରେ ଚହଳ ପକାଇଛି। ସୂଚନାଯୋଗ୍ୟ, ମସ୍କ ସର୍ବଦା ନିଜ ନିଷ୍ପତ୍ତିରେ ସଭିଙ୍କୁ ଚକିତ କରି ଆସିଛନ୍ତି।

ସାମାଜିକ ଗଣମାଧ୍ୟମରେ ନିଜର ସମ୍ଭାବିତ ପ୍ରତିଦ୍ଵନ୍ଦ୍ଵୀର ଆଲୋଚନାକୁ ଦେଖି ଗୁଗଲର ଜିମେଲ୍ ମଧ୍ୟ ନିଜର ନିରବତା ଭାଙ୍ଗିଛି ଓ ଇସାରାରେ ଏଲନ ମସ୍କଙ୍କୁ ମଧ୍ୟ ଜବାବ ଦେଇଛି। ଜିମେଲ୍‌ ଏଲନ ମସ୍କଙ୍କ ଏକ୍ସ ପ୍ଲାଟଫର୍ମରେ ଲେଖିଛନ୍ତି- ‘Gmail is here to stay’(ଜିମେଲ ଏଠାରେ ମଜବୁତର ସହ ରହିବ)।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.