ଏଲନ୍ ମସ୍କଙ୍କୁ ସବୁବେଳେ ଘେରି ରହିଥାନ୍ତି ୨ ଅଙ୍ଗରକ୍ଷୀ, ବାଥରୁମ ଗଲାବେଳେ ବି ସାଙ୍ଗରେ ରୁହନ୍ତି
8/03/2023 at 7:28 PM

ୱାଶିଂଟନ୍ ଡିସି, ୦୮/୦୩: ଟ୍ୱିଟର ମୁଖ୍ୟ ଏଲନ୍ ମସ୍କ ଅତି କମରେ ଦୁଇଟି ବଡିଗାର୍ଡଙ୍କୁ ରଖିଥାନ୍ତି ସାଙ୍ଗରେ । ରିପୋର୍ଟ ଅନୁସାରେ, ଏହି ଅଙ୍ଗରକ୍ଷୀମାନେ ସବୁବେଳେ ତାଙ୍କ ଚାରିପାଖରେ ରୁହନ୍ତି । ଏମିତିକି ସେମାନେ ଏଲନଙ୍କ ସହ ବାଥରୁମକୁ ପର୍ଯ୍ୟନ୍ତ ବି ଯାଆନ୍ତି । ଏହି ରିପୋର୍ଟ bbc ଦ୍ୱାରା ପ୍ରକାଶିତ ହୋଇଛି । ସେଠାରେ କାମ କରୁଥିବା କର୍ମଚାରୀ ନାଁ ନ ନେଇ ଏହି ସୂଚନା ଦେଇଛନ୍ତି।
ବିବିସିର ଏକ ରିପୋର୍ଟ ଅନୁଯାୟୀ, ଟ୍ୱିଟରରେ କାମ କରୁଥିବା ଜଣେ କର୍ମଚାରୀ କହିଛନ୍ତି ଯେ ଟ୍ୱିଟର ମୁଖ୍ୟାଳୟରେ ଏଲନ୍ ମସ୍କଙ୍କ ସହ ବଡିଗାର୍ଡଙ୍କୁ ଦେଖିବାକୁ ମିଳିଥାଏ। ତାଙ୍କ ସହ ସବୁ ସମୟରେ ରହିଥାନ୍ତି ବଡିଗାର୍ଡ। ଏମିତିକି ଗୋଟେ ସମୟରେ ଅତିକମରେ ଦୁଇଟି ଅଙ୍ଗରକ୍ଷୀର ଉପସ୍ଥିତ ରୁହନ୍ତି।

ରିପୋର୍ଟ ଅନୁସାରେ, ଏଲନ ମସ୍କଙ୍କ ସହ ବଡିଗାର୍ଡ ରେସ୍ତୌରାଣ୍ଟକୁ ବି ଯାଆନ୍ତି। ଏମିତି ଅନେକ ଗଣମାଧ୍ୟମ ଦାବି କରିଛନ୍ତି ମସ୍କଙ୍କ ସହ ବାଥରୁମ ଓ ଶୌଚାଳୟକୁ ବି ଅଙ୍ଗରକ୍ଷୀ ଯାଆନ୍ତି। ଏଲନ୍ ମସ୍କଙ୍କ ଅଙ୍ଗରକ୍ଷୀ ଡେଙ୍ଗା ଏବଂ ଖୁବ୍ ବଳବାନ୍ ମଧ୍ୟ। ସେମାନେ ହଲିଉଡ୍ ଚଳଚ୍ଚିତ୍ରର ଅଙ୍ଗରକ୍ଷୀଙ୍କ ଭଳି ଲାଗନ୍ତି।
ଏହି ରିପୋର୍ଟ ଦାବି କରିଛି ଯେ, ମସ୍କଙ୍କଦ୍ୱାରା ଏମିତି ବଡିଗାର୍ଡଙ୍କୁ ରଖିବା ପଛରେ ଏକ କାରଣ ହେଉଛି ବିଶ୍ୱାସ। ଦାବି ଅନୁଯାୟୀ, କମ୍ପାନୀ କର୍ମଚାରୀମାନଙ୍କୁ ବିଶ୍ୱାସ କରେ ନାହିଁ। ଏହି କାରଣରୁ ମସ୍କଙ୍କୁ ତାଙ୍କ ଅଫିସରେ ଏମିତି ସୁରକ୍ଷା ଦିଆଯାଇଥାଏ। ଯଦିଓ ମସ୍କଙ୍କ ବାପା ଏରୋଲ ମସ୍କ ନିଜ ପୁଅର ସୁରକ୍ଷା ବିଷୟରେ ଚିନ୍ତା କରିଥିଲେ। ଆଉ କହିଥିଲେ, ଯଦିଓ ମସ୍କଙ୍କୁ ସୁରକ୍ଷାକର୍ମୀ ସୁରକ୍ଷା ଦିଅନ୍ତି ତଥାପି ସେ ମସ୍କଙ୍କ ସୁରକ୍ଷା ନେଇ ଭୟ କରନ୍ତି।