oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଏଲନ ମସ୍କ ଭାରତର ଏହି ରାଜ୍ୟରେ ସ୍ଥାପନ କରିବେ ପ୍ଲାଣ୍ଟ ? ଟ୍ଵିଟ୍ କରି ସୂଚନା ଦେଲେ ମନ୍ତ୍ରୀ

16/01/2022 at 5:49 PM

ନୂଆଦିଲ୍ଲୀ ୧୬।୦୧: ତେଲଙ୍ଗାନା ପରେ ଏବେ ମହାରାଷ୍ଟ୍ର ସରକାର ଟେସ୍‌ଲାର ସିଇଓ ଏଲନ ମସ୍କଙ୍କୁ ରାଜ୍ୟରେ ଫ୍ୟାକ୍ଟ୍ରି ସ୍ଥାପନ କରିବାକୁ ଆମନ୍ତ୍ରିତ କରିଛନ୍ତି। ମହାରାଷ୍ଟ୍ରର ଜଳ ସମ୍ବଳ ମନ୍ତ୍ରୀ ଜୟନ୍ତ ପାଟିଲ୍ ରବିବାର ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତରେ ଇଲେକ୍ଟ୍ରିକ କାରର ନିର୍ମାଣ ଲାଗି ଟେସ୍‌ଲାର ଫ୍ୟାକ୍ଟ୍ରି ପାଇଁ ମହାରାଷ୍ଟ୍ର ଉପଯୁକ୍ତ ସ୍ଥାନ ହୋଇ ପାରିବ। ପଶ୍ଚିମବଙ୍ଗ ସକରାର ମଧ୍ୟ ଟେସଲାକୁ ରାଜ୍ୟରେ ନିଜର ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ଆମନ୍ତ୍ରିତ କରିଛି।

ପଶ୍ଚିମବଙ୍ଗର ମନ୍ତ୍ରୀ ମହମ୍ମଦ ଗୁଲାମ ରବ୍ବାନୀ ଶନିବାର ଏଲନ ମସ୍କଙ୍କ ସେହି ଟ୍ଵିଟ୍‌ର ଜବାବ ଦେଇଛନ୍ତି, ଯେଉଁଥିରେ ଟେସ୍‌ଲାର ସିଇଓ ଲେଖିଥିଲେ, ତାଙ୍କ କମ୍ପାନୀ ସଂପ୍ରତି ଦେଶରେ ଫ୍ୟାକ୍ଟ୍ରି ସ୍ଥାପନରେ ଭାରତ ସରକାରଙ୍କ ସହିତ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି।

ମହାରାଷ୍ଟ୍ରରେ ପ୍ରତିଷ୍ଠା ହେବ ଟେସ୍‌ଲାର ଫ୍ୟାକ୍ଟ୍ରି ?

ଜୟନ୍ତ ପାଟିଲ୍ ଟେସଲାର ଏହି ଟ୍ଵିଟ୍‌ର ଉତ୍ତରରେ ଲେଖିଛନ୍ତି, ମହାରାଷ୍ଟ୍ର ଭାରତର ସବୁଠୁ ପ୍ରଗତିଶୀଳ ରାଜ୍ୟମଧ୍ୟରୁ ଗୋଟିଏ। ଆମେ ଆପଣଙ୍କୁ ଭାରତରେ ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ମହାରାଷ୍ଟ୍ରରେ ସବୁ ପ୍ରକାରର ଆବଶ୍ୟକ ସହାୟତା ପ୍ରଦାନ କରିବୁ। ଆମେ ଆପଣଙ୍କୁ ମହାରାଷ୍ଟ୍ରରେ ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ଆମନ୍ତ୍ରିତ କରୁଛୁ।

ଏଲନ ମସ୍କଙ୍କ ଦାବି

ଦୀର୍ଘ ସମୟ ଧରି ମ୍ୟାନୁଫେକଚରିଂ ଏବଂ ବ୍ୟବସାୟ ଆରମ୍ଭ କରିବାକୁ ରୁଚି ଦେଖାଇବା ପରେ ମଧ୍ୟ ଏଲନ୍ସ ମସ୍କ ଗତ ବର୍ଷ ଅଗଷ୍ଟରେ ଭାରତର ଭିତ୍ତିଭୂମିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ସେ କହିଥିଲେ  ଭାରତରେ ଆମଦାନୀ ଶୁଳ୍କ ଦୁନିଆର କୌଣସି ବଡ ଦେଶ ତୂଳନାରେ ସବୁଠୁ ଅଧିକ ରହିଛି। ଏହା ଓଇଏମର ପ୍ରକଳ୍ପକୁ ପ୍ରଭାବିତ କରୁଛି।

ଭାରତରେ ବର୍ତ୍ତମାନ ଆମଦାନୀ କରାଯାଉଥିବା କାରଗୁଡିକ ଉପରେ ୬୦ ରୁ ୧୦୦ ପ୍ରତିଶତ ମଧ୍ୟରେ ଆମଦାନୀ ଶୁଳ୍କ ଲାଗୁଛି। ଯାହା ବହୁତ  ଅଧିକ।

ପ୍ରଥମେ ଭାରତରେ ନିର୍ମାଣ କରନ୍ତୁ, ପୁଣି ରିହାତି କଥା କୁହନ୍ତୁ

ଟେସଲା  ଭାରତରେ କାର ନିର୍ମାଣ କରିବା ପରିବର୍ତ୍ତେ ଏଠାରେ ଆମଦାନୀ କାର ବିକ୍ରି କରିବାକୁ ଚାହୁଁଛି। ଟେସଲା ଅନେକ ମଞ୍ଚରେ କହି ସାରିଛି ଯେ, ଭାରତ ସରକାର ଇଲେକ୍ଟ୍ରିକ କାର ଉପରେ ଆମଦାନୀ ଶୁଳ୍କ କମ୍ କରନ୍ତୁ। ତେବେ ଭାରି ଉଦ୍ୟୋଗ ମନ୍ତ୍ରଣାଳୟ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଟେସଲା ଭାରତ ଆସି ପ୍ରଥମେ କାର ନିର୍ମାଣ କରୁ , ତା ପରେ ରିହାତି ବିଷୟରେ ଆଲୋଚନା କରାଯିବ । ସରକାରୀ ସୂତ୍ର ମୁତାବକ ଟେସଲାକୁ ରିହାତି ଦେଇ ପୂରା ଉଦ୍ୟୋଗକୁ ଏହି ଭୁଲ୍ ସନ୍ଦେଶ  ନଦେବା ଉଚିତ୍, କାରଣ ଅନେକ ଦେଶୀ କମ୍ପାନୀ ଏଠାରେ ବହୁତ ନିବେଶ କରିଛନ୍ତି।

   Related Posts