scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଷ୍ଟ୍ରଦୂତଙ୍କ ଉପରେ ଅସନ୍ତୁଷ୍ଟ ମସ୍କ ଦେଲେ ୟୁକ୍ରେନରେ ଷ୍ଟାରଲିଂକ ଇଣ୍ଟରନେଟ୍ ସର୍ଭିସ ବନ୍ଦ କରିବାକୁ ଧମକ୍

15/10/2022 at 7:03 PM

ୱାସିଂଟନ ୧୫।୧୦: ବିଶ୍ୱର ସବୁଠୁ ଧନୀକ ବ୍ୟବସାୟୀ ଏଲନ ମସ୍କ ୟୁକ୍ରେନରେ ଷ୍ଟାରଲିଂକ ସର୍ଭିସ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଜଣେ ୟୁକ୍ରେନୀୟ ରାଜଦୂତ ତାଙ୍କ ପ୍ରତି ଅସଭ୍ୟ ବ୍ୟବହାର କରିଥିବାରୁ ସ୍ପେସ୍ ଏକ୍ସ ଓ ଟେସ୍ଲା କମ୍ପାନୀଙ୍କ ମାଲିକ ଏହି ଚେତାବନୀ ଦେଇଛନ୍ତି। ପୁଟିନଙ୍କ ଭୀଷଣ ଆକ୍ରମଣରେ ଫଶିଥିବା ୟୁକ୍ରେନୀୟ ନାଗରିକଙ୍କ ଲାଗି ଏହି ସମୟରେ ଷ୍ଟାରଲିଙ୍କର ଇଣ୍ଟରନେଟ୍‌ ବହୁତ ଜରୁରି। ଯାହା ସେମାନଙ୍କୁ ବାକି ଦୁନିଆ ଓ ପରସ୍ପର ସହ ସଂଯୁକ୍ତ କରି ରଖିଛି।

ସ୍ପେସ୍ ଏକ୍ସ ପକ୍ଷରୁ ଏକ ପତ୍ରରେ ଚେତାବନୀ ଦିଆଯାଇଛି ଯେ ଖୁବ୍ ଶୀଘ୍ର ଏହି ସେବାକୁ ୟୁକ୍ରେନ ଲାଗି ବନ୍ଦ କରାଯିବ। କ୍ରିମିୟା ପୋଲ ବିସ୍ଫୋରଣ ଓ ଏଲନ ମସ୍କଙ୍କ ସହ ପୁଟିନଙ୍କ ସମ୍ପର୍କ ବିବାଦକୁ ନେଇ ଏହି ଚେତାବନୀ ଦିଆଯାଇଛି। ଚଳିତମାସ ପ୍ରାରମ୍ଭରେ ଏଲନ ମସ୍କ ଟ୍ୱିଟରରେ ଏକ ପୋଲ କରିଥିଲେ। ଯେଉଁଥିରେ ଶାନ୍ତି ପାଇଁ କିଭକୁ କ୍ରିମିଆ ଓ ଡୋନବାସକୁ କ୍ରେମଲିନ ହାତରେ ଛାଡି ଦେବା ଦରକାର ବୋଲି ପୋଲ କରାଇଥିଲେ।

ମସ୍କଙ୍କ ଏହି ପୋଲ ବିବାଦର ସୂତ୍ରପାତ କରିଥିଲା। ଏଥିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କି ମସ୍କଙ୍କ ଉପରେ ପୁଟିନଙ୍କ ପକ୍ଷ ନେଉଥିବାର ଅଭିଯୋଗ କରିଥିଲେ। ଜେଲଂସ୍କି ମଧ୍ୟ ଏକ ପୋଲ ପୋଷ୍ଟ କରିଥିଲେ,ଏଥିରେ ଆପଣଙ୍କୁ କେଉଁ ମସ୍କ ପସନ୍ଦ ଯିଏ ୟୁକ୍ରେନକୁ ସମର୍ଥନ କରୁଛନ୍ତି ନା ଜିଏ ଋଷିଆକୁ ସମର୍ଥନ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଜବାବରେ ଜର୍ମାନରେ ଅବସ୍ଥାପିତ କିଭ ରାଜଦୂତ ଏଣ୍ଡ୍ରି ମେଲେନିକ୍ ଏଲନ ମସ୍କଙ୍କ ଲାଗି ଅପଶବ୍ଦ ବ୍ୟବହାର କରିଥିଲେ। ଏଥିରେ ଗୁରୁବାର ରାତିରେ ମସ୍କଙ୍କ କମ୍ପାନୀ ଏକ ଚେତାବନୀ ଦେଇ ଯଦି ପେଣ୍ଟାଗନ ପୈଠ ନ କରନ୍ତି ତେବେ ୟୁକ୍ରେନ ଲାଗି ଷ୍ଟାରଲିଂକ ରୋକି ଦେବେ ବୋଲି ଧମକ ଦେଇଛନ୍ତି।

   Related Posts