scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

twitter ସହ ଆଇନଗତ ବିବାଦରେ ୬.୯ ବିଲିୟନ ଡଲାରର Tesla ସେୟାର ବିକିଦେଲେ ଏଲନ ମସ୍କ

10/08/2022 at 7:54 PM

ସାନଫ୍ରାନସିସ୍କୋ ୧୦।୮: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ସହ ଆଇନଗତ ଲଢେଇରେ ଇଲେକ୍ଟ୍ରିକ କାର ନିର୍ମାତା ଏଲନ ମସ୍କ  ଟେସ୍ଲାର ୬.୯ ବିଲିୟନ ଡଲାରର ଷ୍ଟକ୍ ବିକ୍ରି କରିଛନ୍ତି। ଯଦି ଏହି ଲଢେଇ ସେ ହାରି ଯାଆନ୍ତି ତେବେ ଟ୍ୱିଟର କ୍ରୟ ଲାଗି ଏହି ଅର୍ଥ ଉପଯୋଗ ହେବ ବୋଲି ମସ୍କ ତାଙ୍କ ନିଷ୍ପତ୍ତି ସପକ୍ଷରେ ସେୟାର ହୋଲ୍ଡରମାନଙ୍କୁ କହିଛନ୍ତି।  

ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କ୍ରୟ କରିବା ପାଇଁ ମସ୍କ ୨୫ ଏପ୍ରିଲରେ କରିଥିବା ରାଜିନାମାକୁ ଗତ ଜୁଲାଇ ମାସରେ ଭାଙ୍ଗି ଦେଇଥିଲେ। ଏଣୁ ଟ୍ୱିଟର ପ୍ରସ୍ତାବିତ କାରବାର ଲାଗି ମସ୍କଙ୍କୁ ବାଧ୍ୟ କରିବା ନିମନ୍ତେ ଏକ ମୋକଦ୍ଦମା ରୁଜୁ କରିଥିଲେ। ତେବେ ମସ୍କ କାରବାରରେ ତାଙ୍କୁ ଭ୍ରମିତ କରିଥିବାର ଅଭିଯୋଗ ଆଣିଥିଲେ। ଏଥିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ସ୍ପାମ ଆକାଉଣ୍ଟ ସମ୍ପର୍କରେ ଭ୍ରମିତ କରିଥିବାର ମସ୍କ କହିଥିଲେ। ମାମଲାର ଆଗାମୀ ଶୁଣାଣି ଅକ୍ଟୋବର ୧୭କୁ ଧାର୍ଯ୍ୟ ହୋଇଛି।

ବିଶ୍ୱର ସବୁଠୁ ଧନିକ ବ୍ୟକ୍ତି ଏଲନ ମସ୍କ ଗତ ଏପ୍ରିଲରେ ଟେସ୍ଲାର ୮.୫ ବିଲିୟନ ଡଲାରର ଷ୍ଟକ୍‌ ବିକ୍ରିକରିଥିଲେ। ସେତେବେଳେ ଆଗକୁ ସେୟାର ବିକ୍ରିର କୌଣସି ଯୋଜନା ନାହିଁ ବୋଲି କହିଥିଲେ। ତେବେ ବିଧି ବିଶେଷଜ୍ଞମାନେ ଯଦି ମସ୍କଙ୍କୁ ଅଧିଗ୍ରହଣ ସମ୍ପୂର୍ଣ୍ଣ କରିବାକୁ ଅଥବା ଦଣ୍ଡ ସହ ବିବାଦ ସମାଧାନ କରିବାକୁ ବାଧ୍ୟ କରାଯାଏ ତେବେ ସେ ଅଧିକ ଟେସ୍ଲା ସେୟାର ବିକ୍ରି କରିପାରନ୍ତି ବୋଲି କହିଥିଲେ।

ଜୁଲାଇ ୨୦ ତାରିଖ ରେ ଟେସ୍ଲା ସେୟାର ମୂଲ୍ୟରେ ୧୫ ପ୍ରତିଶତ ବୃଦ୍ଧି ହୋଇଥିଲା। କମ୍ପାନୀର କାରବାର ଅଭିବୃଦ୍ଧି ନେଇ ରିପୋର୍ଟ ଆଧାରରେ ସେୟାର ମୂଲ୍ୟରେ ଏହି ବୃଦ୍ଧି ହୋଇଥିଲା।  ତେବେ ମସ୍କ ନିଜର ଏକ ସୋସିଆଲମିଡିଆ ସାଇଟ୍ ସ୍ଥାପନ କରିପାରନ୍ତି ବୋଲି ମଙ୍ଗଳବାର ଟ୍ୱିଟ୍‌ କରିଥିଲେ। ଯଦି ଟ୍ୱିଟର ସହ କାରବାର ରଦ୍ଦ ହୁଏ ସେପରି ସ୍ଥଳେ ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରି ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିପାରନ୍ତି ବୋଲି ଜନୈକ ଟ୍ୱିଟର ୟୁଜରଙ୍କ ପ୍ରଶ୍ନର ଉତ୍ତରରେ ମସ୍କ କହିଥିଲେ।

   Related Posts