ଅନବ୍ଲକ ହେବ କି ବ୍ଲକ୍ ହୋଇଥିବା ଟ୍ୱିଟର ଆକାଉଣ୍ଟ: ଟ୍ରମ୍ପଙ୍କ ଆକାଉଣ୍ଟ ଖୋଲିବା ନେଇ ଚର୍ଚ୍ଚା ପରେ ମସ୍କ ଦେଲେ ଏମିତି ସୂଚନା

Published By : Prameya-News7 Bureau | November 02, 2022 IST

ସାନଫ୍ରାନ୍ସିକୋ: ଏଲନ ମସ୍କ ଟ୍ୱିଟରର ମାଲିକ ହେବା ପରେ ତାଙ୍କର ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। କେତେବେଳେ କର୍ମଚାରୀ ଛଟେଇ ତ କେତେବେଳେ ବ୍ଲୁ ଟିକ୍ ପାଇଁ ଚାର୍ଜ ଲଗାଇବା ଆଦି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇ ଦେଇଛି। ଏବେ ବ୍ୟାନ ହୋଇଥିବା ଟ୍ୱିଟର ଆକାଉଣ୍ଟଗୁଡ଼ିକୁ ନେଇ ପୁଣି ଏକ ନିଷ୍ପତ୍ତି ନେଇଛନ୍ତି ମସ୍କ। ଟ୍ୱିଟରରେ ବ୍ୟାନ୍ ହୋଇଥିବା ଆକାଉଣ୍ଟ ରିଷ୍ଟୋର ହେବାକୁ ଆହୁରି କିଛି ସପ୍ତାହ ସମୟ ଲାଗିବ ବୋଲି ବୁଧବାର ମସ୍କ ସୂଚନା ଦେଇଛନ୍ତି।

ତେବେ ଟ୍ୱିଟର ୟୁଜର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ଫେରୁଛି କି ନାହିଁ ତାକୁ ଚାହିଁ ବସିଛନ୍ତି। କାରଣ ୨୦୨୦ ନିର୍ବାଚନ ସମୟରେ ଟ୍ରମ୍ପଙ୍କ ସମର୍ଥକମାନେ କାପିଟୋଲ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ ହୋଇଥିଲା।

ଏନେଇ ମସ୍କ କହିଛନ୍ତି “ଟ୍ୱିଟର ନିୟମ ଉଲ୍ଲଂଘନ କରି ଯେଉଁମାନଙ୍କୁ ବାହାର କରାଯାଇଛି ସେମାନଙ୍କ ଆକାଉଣ୍ଟକୁ ସେପର୍ଯ୍ୟନ୍ତ ପୁନଃ ଅନବ୍ଲକ୍ କରାଯିବ ନାହିଁ ଯେପର୍ଯ୍ୟନ୍ତ ଆମେ ସେ ନେଇ ଏକ ସ୍ପଷ୍ଟ ନିୟମ ବାହାର କରି ନାହୁଁ। ତେଣୁ ଏବେ ବ୍ଲକ୍ ଆକାଉଣ୍ଟଗୁଡ଼ିକୁ ପୁନଃ ଖୋଲିବାକୁ ସମୟ ଲାଗିବ ବୋଲି ମସ୍କ କହିଛନ୍ତି। ”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.