twitter କିଣା ପଛରେ କ’ଣ ରହିଛି କାରଣ? କହିଲେ ଏଲନ ମସ୍କ

Published By : Prameya-News7 Bureau | October 28, 2022 IST

ଫ୍ଲୋରିଡା ୨୮।୧୦: ଟ୍ୱିଟର ଡିଲ ଚୂଡ଼ାନ୍ତ ହେବାର ଦିନକ ପୂର୍ବରୁ ଏହାକୁ କିଣୁଥିବା ଏଲନ ମସ୍କ ଏକ ବଡ଼ ଖୁଲାସା କରିଛନ୍ତି। ଏହି କ୍ରୟ ପଛରେ ତାଙ୍କର ଅସଲ ଉଦ୍ଦେଶ୍ୟ କ’ଣ ତାହା ସେ ଜଣାଇଛନ୍ତି। ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ଜାରି କରି ଏହି ପ୍ଲାଟଫର୍ମରେ ଆଡଭର୍ଟାଇଜିଂକୁ ନେଇ ମଧ୍ୟ ତାଙ୍କର ବିଚାର ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ମୁଁ  କାହିଁକି ଟ୍ୱିଟର କିଣୁଛି ସେ ନେଇ ଅନେକ ଆକଳନ କରାଯାଉଛି,  ହେଲେ ଏଥିରୁ ଅଧିକାଂଶ ଭୁଲ ବୋଲି ସେ କହିଛନ୍ତି।

wp:html /wp:html

ତେବେ ଆମର ଆଗାମୀ ସଭ୍ୟତା ଲାଗି ଏକ କମନ ଡିଜିଟାଲ ସ୍ପେସ୍‌ ରହୁ, ଯେଉଁଠି ବିଭିନ୍ନ ବିଚାରଧାରା ଓ ବିଶ୍ୱାସର ଲୋକେ ବିନା କୌଣସି ହିଂସାରେ ସ୍ୱସ୍ଥ ଚର୍ଚ୍ଚା କରିପାରନ୍ତି ଖାସ ସେଥି ଲାଗି ମୁଁ ଟ୍ୱିଟର କିଣୁଥିବା କହିଛନ୍ତି। ଏ ନେଇ ଟେସ୍ଲା ସିଇଓ ତାଙ୍କ ପୋଷ୍ଟରେ ଏଠାରେ ମଧ୍ୟ ଏକ ବିପଦର ଆକଳନ କରିଛନ୍ତି। ଯେଉଁଠି ସୋସିଆଲ ମିଡିଆ କଠୋର ଦକ୍ଷିଣପନ୍ଥୀ ଓ ବାମ ପନ୍ଥୀଙ୍କ ମଧ୍ୟରେ ବାଣ୍ଟି ହୋଇଯିବାର ଆଶଙ୍କା କରିଛନ୍ତି। ଯେଉଁଥି ଯୋଗୁ ସୋସାଇଟିରେ ଘୃଣା ବ୍ୟାପିବା ନେଇ ମଧ୍ୟ ଆଶଙ୍କା କରିଛନ୍ତି।

wp:embed {"url":"https://twitter.com/mayemusk/status/1585622471402725377","type":"rich","providerNameSlug":"twitter","responsive":true}
https://twitter.com/mayemusk/status/1585622471402725377
/wp:embed

ଅଧିକ କ୍ଲିକ୍‌ ଲାଗି ଅଧିକାଂଶ ଟ୍ରାଡିସନାଲ ସଂସ୍ଥାମାନେ ଏହାକୁ ହାୱା ଦେବେ, ତେବେ ଏପରି କରାଯିବା ଯୋଗୁ ସଂବାଦର ସୁଯୋଗ କେଉଁଠି ହଜିଯିବ ବୋଲି ଆଶଙ୍କା କରିଛନ୍ତି। ତେବେ ଟ୍ୱିଟର ସବୁଠୁ ସମ୍ମାନୀତ ଆଡଭର୍ଟାଇଜିଂ ପ୍ଲାଟଫର୍ମ ହେବାକୁ ଚାହୁଁଥିବା ମସ୍କ କହିଛନ୍ତି। ଏଲନ ମସ୍କଙ୍କ ଏହି ଟ୍ୱିଟ୍‌ ପୋଷ୍ଟ ଉପରେ ତାଙ୍କ ମା ଟ୍ୱିଟ୍‌ କରିଛନ୍ତି। ମସ୍କଙ୍କ ଟ୍ୱିଟକୁ ତାଙ୍କ ଟ୍ୱିଟରରେ ସେୟାର କରି କ୍ୟାପସନରେ ‘ୱଣ୍ଡରଫୁଲ ମ୍ୟାସେଜ’ ବୋଲି ଉଲ୍ଲେଖ କରିବା ସହ ନିଜକୁ ପ୍ରାଉଡ ମମ ବୋଲି ଲେଖିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.