oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଦିନେ ଘର ଭଡା ଦେବାକୁ ପାଖରେ ନଥିଲା ସମ୍ବଳ, ଘରକୁ ନାଇଟ୍ କ୍ଲବ୍ କରି ଭଡା ଦେଉଥିଲେ ଟେସଲା ସିଇଓ ଏଲନ୍ ମସ୍କ

5/05/2022 at 12:27 PM

ନୂଆଦିଲ୍ଲୀ ୫।୫: ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏବେ ଟ୍ବିଟରକୁ କିଣିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ମସ୍କ ନିକଟରେ ୪୪ ବିଲିୟନ୍ ଡଲାରରେ ଟ୍ବିଟରକୁ କିଣିଛନ୍ତି । ଏମିତିରେ ସୋସିଆଲ ମିଡିଆରେ ସେ କେତେ ଧନୀ ସେନେଇ ଖୁବ୍ ଚର୍ଚ୍ଚା ହେଉଛି । ଏ ସମସ୍ତ ଆଲୋଚନା ଭିତରେ ଏଲନ୍ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଦିନେ ଘର ଭଡା ଦେବାକୁ ବି ତାଙ୍କ ପାଖରେ ପଇସା ନଥିଲା । ସେ ତାଙ୍କ ଘରକୁ ନାଇଟ୍‌ କ୍ଲବ୍ କରି ଘର ଭଡା ଦେଇଥିଲେ ।

ଜଣେ ଟ୍ବିଟର ୟୁଜର୍ ଏଲନ୍ ମସ୍କଙ୍କୁ ଜନ୍ମରୁ ଧନୀ ବୋଲି ଲେଖିଥିଲେ । ଏହା ଉପରେ ଟେସଲା ସିଇଓ ଏଲନ୍ କହିଥିଲେ ଯେ, ଅତି ଧନୀ ଘରେ ଜନ୍ମ ହୋଇଥିବା ପିଲାମାନଙ୍କ ନିକଟରେ ସାଧାରଣତଃ ସେହି ଲୋକମାନଙ୍କ ତୁଳନାରେ ବହୁତ କମ୍ ପ୍ରେରଣା ହୋଇଥାଏ ଯେଉଁମାନଙ୍କ ନିକଟରେ କିଛି ନଥାଏ । ଯେତେବେଳେ ଆମେ ୯୫ରେ ଆମର ପ୍ରଥମ କମ୍ପାନୀ ଜିପ୍-୨ ଆରମ୍ଭ କରିଥିଲୁ ସେତେବେଳେ ମୋ ଉପରେ ଅନେକ ଷ୍ଟଡି ଲୋନ୍ ଥିଲା ଏବଂ ଘର ଭଡା ଦେବା ପାଇଁ ଘରକୁ ନାଇଟ୍ କ୍ଲବ୍ କରିଥିଲି । ଯେଉଁଥିରେ ଆମେ ୫ ଡଲାର ନେଉଥିଲୁ ।

ଧନୀ ହିସାବରେ ଏଲନ୍ ମସ୍କ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ତାଙ୍କ କମ୍ପାନୀ ଟେସଲାକୁ ତ ସମସ୍ତେ ଜାଣିଛନ୍ତି । ଏହା ବ୍ୟତୀତ ତାଙ୍କର ସୋଲାର ଏନର୍ଜୀ ସିଷ୍ଟମ ପ୍ରସ୍ତୁତି ଏବଂ ମହାକାଶ ଅନ୍ବେଷଣ କମ୍ପାନୀ ମଧ୍ୟ ରହିଛି । ଆଜିର ଦିନରେ ଏଲନ୍ ମସ୍କଙ୍କ ପରିଚୟ ଜଣେ ଆମେରିକୀୟ ଉଦ୍ୟୋଗୀ ଭାବେ ରହିଛି । ଯଦିଓ ତାଙ୍କର ଜନ୍ମ ଦକ୍ଷିଣ ଆଫ୍ରିକାରେ ହୋଇଥିଲା । ତାଙ୍କ ମା’ କାନାଡା ବଂଶୋଦ୍ଭବ ଏବଂ ବାପା ଦକ୍ଷିଣ ଆଫ୍ରିକାର । ୫୦ ବର୍ଷ ବୟସ୍କ ଏଲନ୍ ୧୯୯୯ରେ ନିଜର ସଫ୍ଟଓ୍ବେୟାର କମ୍ପାନୀ ଜିପ୍-୨ କରିଥିଲେ । ଏହାପରେ ୨୦୦୪ରେ ଏଲନ୍ ମସ୍କ ଇଲେକ୍ଟ୍ରୋନିକ୍ କାର୍ କମ୍ପାନୀ ଟେସଲା କରିଥିଲେ ଯାହାର ସଫଳତା ଆଜି ସମସ୍ତଙ୍କ ସାମ୍ନାରେ ଅଛି ।

   Related Posts