ନିଜ ମୃତ୍ୟୁକୁ ନେଇ ଏଲନ୍ ମସ୍କଙ୍କ ଟ୍ବିଟ୍ ପରେ ରାଗିଲେ ମା’, କହିଲେ ଏମିତି କଥା

Published By : Prameya-News7 Bureau | May 09, 2022 IST

ନୂଆଦିଲ୍ଲୀ ୯।୫: ଟେସଲା ସିଇଓ ଏଲନ୍ ମସ୍କ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ଏ ଭିତରେ ସୋମବାର ଦିନ ସେ ନିଜ ମୃତ୍ୟୁ ବିଷୟରେ ଟ୍ବିଟ୍ କରିଥିଲେ । ମାତ୍ର ତାଙ୍କର ଏହି ଟ୍ବିଟ୍ ତାଙ୍କ ମା’ ମେୟ ମସ୍କଙ୍କୁ ଜମାରୁ ବି ପସନ୍ଦ ଆସିନଥିଲା ।

ଏଲନ୍ ମସ୍କ ଟ୍ବିଟ୍ କରିଥିଲେ ଯେ, ‘ଯଦି ମୁଁ ରହସ୍ୟମୟ ସ୍ଥିତିରେ ମରିଯାଏ ! ’ ତାଙ୍କର ଏହି ଟ୍ବିଟ୍ ପରେ ତାଙ୍କ ମା’ ରିପ୍ଲାଏ ଦେଇ ଲେଖିଥିଲେ, ‘ଏମିତି ଥଟ୍ଟା ଭଲ ନୁହେଁ ।’ ଏଲନ୍ ମସ୍କ ପୁଣି ଲେଖିଥିଲେ, ‘କ୍ଷମା କର ! ମୁଁ ଜୀବିତ ରହିବାକୁ ପୁରା ଚେଷ୍ଟା କରିବି ।’

ଉଲ୍ଲେଖଯୋଗ୍ୟ ଯେ, ଏଲନ୍ ମସ୍କଙ୍କ ଏହି ଟ୍ବିଟ୍ ତାଙ୍କର ୯ କୋଟିରୁ ଅଧିକ ଫଲୋଅର୍ସଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଆଲୋଡନ ସୃଷ୍ଟି କରିଛି । ଜଣେ ୟୁଜର ଟ୍ବିଟ୍ କରି ଲେଖିଛନ୍ତି, ‘ନା, ଆପଣ ମରିବେନାହିଁ । ବିଶ୍ବକୁ ଆପଣଙ୍କର ଆବଶ୍ୟକତା ଅଛି ।’ ଆଉ ଜଣେ ୟୁଜର ଲେଖିଛନ୍ତି, ‘ଆମକୁ ଆପଣଙ୍କ ରକ୍ଷା କରିବା ଉଚିତ । ମାନବ ସମାଜ ଆପଣଙ୍କ ଉପରେ ବିଶ୍ବାସ କରୁଛି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.