ସମ୍ପତ୍ତି ହ୍ରାସରେ ଏଲନ୍ ମସ୍କଙ୍କ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡ, ବର୍ଷକ​‌ରେ ହରାଇଛନ୍ତି ୧୮୦ ବିଲିଅନ ଡଲାରରୁ ଅଧିକ

Published By : Prameya-News7 Bureau | January 12, 2023 IST

ନୂଆଦିଲ୍ଲୀ, ୧୨/୦୧: ସମ୍ପତ୍ତି ହ୍ରାସରେ ଏଲନ୍ ମସ୍କଙ୍କ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡ। ଗୋଟିଏ ବର୍ଷରେ ଏଲନ୍ ମସ୍କ ସବୁଠାରୁ ଅଧିକ ସମ୍ପତ୍ତି ହ୍ରାସ କରିଥିବାନେଇ ଗିନିଜ୍ ଓ୍ବାର୍ଲ୍ଡ ବୁକ୍ ନିକଟରେ ଘୋଷଣା କରିଛି। ଏକଦା ଏଲନ ମସ୍କ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଥିଲେ। ତାଙ୍କର ମୋଟ ସମ୍ପତ୍ତି ୩୦୦ ବିଲିୟନ ଡଲାରରୁ ଅଧିକ ରହିଥିଲା। ଆଉ ଏବେ କିନ୍ତୁ ଏହି ସମ୍ପତ୍ତିରେ ଐତିହାସିକ ହ୍ରାସ ହୋଇଛି। ଏହାକୁ ଇତିହାସର ସର୍ବବୃହତ ବ୍ୟକ୍ତିଗତ ହ୍ରାସ ବୋଲି ମଧ୍ୟ କୁହାଯାଉଛି।

୨୦୨୧ ରେ ଏଲନ ମସ୍କଙ୍କ ମୋଟ୍ ସମ୍ପତ୍ତି ୩୨୦ ବିଲିୟନ ଡଲାର ରହିଥିଲା। ଯାହାକି ଚଳିତ ବର୍ଷ ୨୦୨୩ ଜାନୁଆରୀରେ ଡଲାର ୧୩୮ ବିଲିଅନ ଡଲାର ହୋଇଛି। ତେବେ ଏହି ହ୍ରାସ ଟେସଲାର ଷ୍ଟକ୍ ହ୍ରାସ ପରେ ହୋଇଥିବା ନେଇ କହିଛି ଗିନିଜ୍ ଓ୍ବାର୍ଲ୍ଠ ରେକର୍ଡ। ୨୦୨୨ ରେ ଟେସଲା ଷ୍ଟକ୍‌ରେ ପ୍ରାୟ ୬୫ ପ୍ରତିଶତ ହ୍ରାସ ହୋଇଛି। ଖାଲି ସେତିକି ନୁହେଁ ଆଉ ଏକ କାରଣ ହେଉଛି ମସ୍କ ଟ୍ବିଟର କିଣିବା ପାଇଁ ବିକ୍ରି କରିଥିବା ଟେସଲାର ୬ ବିଲିୟନ ଡଲାର। ବିଭିନ୍ନ କାରଣ ଯୋଗୁଁ ଟେସଲା ୨୦୨୨ ରେ ବଜାର ମୂଲ୍ୟ ଦୁଇ ତୃତୀୟାଂଶ ହ୍ରାସ ହୋଇଛି। ତେବେ ଟ୍ବିଟର ସିଇଓ ହେବା ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା।

କେବଳ ମସ୍କ ନୁହେଁ ୨୦୨୨ରେ ଆମାଜନ ମାଲିକ ଜେଫ୍ ବେଜୋସ ୮୦ ବିଲିୟନ ଡଲାର, ମେଟା ସିଇଓ ମାର୍କ ଜୁକରବର୍ଗ ୭୮ ବିଲିୟନ ଡଲାର ହରାଇଛନ୍ତି। ତେବେ ବ୍ଲୁମବର୍ଗ ବିଲିୟନାରିସ ଇଣ୍ଟେକ୍ସ ଅନୁଯାୟୀ ଏଲଭିଏମଏଚର ସିଇଓ ବର୍ଣ୍ଣାଡ ଅରନଲ୍ଟ ରହିଛନ୍ତି ଏବଂ ତାଙ୍କ ତଳକୁ ରହିଛନ୍ତି ମସ୍କ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.