ଇତିହାସ ରଚିଲେ ଏଲନ ମସ୍କ, ଭାଙ୍ଗିଲେ ନିଜର ୩ ବର୍ଷ ପୁରୁଣା ରେକର୍ଡ

Published By : Prameya-News7 Bureau | November 23, 2024 IST

internet

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ଏବଂ ନଭେମ୍ବର ୫ ପରଠାରୁ ଏଲନ ମସ୍କଙ୍କ ସମ୍ପତ୍ତିରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। କେବଳ ଯେ, ତାଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଛି ତାହା ନୁହେଁ। ସେ ରଚିଛନ୍ତି ନୂଆ ଇତିହାସ। କାରଣ ମସ୍କ ସମୁଦାୟ ସମ୍ପତ୍ତି ବୃଦ୍ଧି କରିବାରେ ନିଜର ହିଁ ୩ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି। ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସର ତଥ୍ୟ ଅନୁଯାୟୀ, ଏଲନ ମସ୍କଙ୍କ ସମୁଦାୟ ସମ୍ପତ୍ତି ୩୪୦ ବିଲିୟନ ଡଲାର ପାର୍ କରିଛି। ଯାହା ଏକ ନୂଆ ରେକର୍ଡ। ଆଜି ପର୍ଯ୍ୟନ୍ତ କୌଣସି ବିଲେନିୟର ୩୦୦ ବିଲୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରିନଥିଲେ। ହେଲେ ଏଲନ ମସ୍କ ଏପରି ଦୁଇ ଥର କରିସାରିଛନ୍ତି। ଏବେ ତାଙ୍କର ସମୁଦାୟ ସମ୍ପତ୍ତି ୩୫୦ ବିଲିୟନ ଡଲାର ହୋଇଛି। 

ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଏଲନ ମସ୍କଙ୍କ ସମୁଦାୟ ସମ୍ପତ୍ତି ୩୪୮ ବିଲିୟନ ଡଲାରରେ ପହଞ୍ଚିଛି। ଏପର୍ଯ୍ୟନ୍ତ ସବୁଠୁ ଅଧିକ ନେଟଓ୍ବର୍ଥ ରେକର୍ଡ ୩୪୦ ବିଲିୟନ ଡଲାର ଥିଲା ଯାହା ୨୦୨୧ ନଭେମ୍ବରରେ ହୋଇଥିଲା। ଏହା ସେତେବେଳେ ହୋଇଥିଲା ଯେତେବେଳେ ଏଲନ  ମସ୍କ ଚୀନ୍‌ ଗସ୍ତରେ ଯାଇ, ସେଠାରେ ଟେସଲା ପାଇଁ ଉପୁଜିଥିବା ସମସ୍ୟାକୁ ସ୍ଥାନୀୟ ସରକାରଙ୍କ ସହ ମିଶି ସମାଧାନ କରିଥିଲେ। ଆଉ ଏହା ପରେ ଟେସଲାର ଶେୟାରର ବୃଦ୍ଧି ସହ ଏଲନ ମସ୍କଙ୍କ ସମ୍ପତ୍ତିରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଏବେ ଡୋନାଲ୍ଡ ଟ୍ରମ୍ପଙ୍କୁ ନିର୍ବାଚନରେ ସହଯୋଗ ପରେ ମସ୍କ ଆହୁରି ଚର୍ଚ୍ଚାକୁ ଆସିଥିଲା। ଯାହା ତାଙ୍କ ପାଇଁ ବେଶ୍‌ ଲାଭଦାୟକ ପ୍ରମାଣିତ ହୋଇଛି। 

ଶୁକ୍ରବାର ଟେସଲା ଶେୟାରରେ ବୃଦ୍ଧି କାରଣରୁ ଏଲନ ମସ୍କଙ୍କ ସମୁଦାୟ ସମ୍ପତ୍ତିରେ ୯.୨ ବିଲିୟନ ଡଲାର ବୃଦ୍ଧି ହୋଇଛି। ସେହିଭଳି ଦ୍ବିତୀୟ ସ୍ଥାନରେ ୨୧୯ ବିଲିୟନ ଡଲାର ସହ ଜେଫ ବେଜୋସ ରହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.