LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏଲନ୍ ମସ୍କଙ୍କ ପାଖରେ ଅଛି କି ରୋବଟ୍ ଓ୍ୱାଇଫ୍ ? ଭାଇରାଲ୍ ହେଲା କିସିଂ ଫଟୋ…

22/05/2023 at 5:09 PM

ନୂଆଦିଲ୍ଲୀ ୨୨/୦୫: ଟ୍ୱିଟରର ପୂର୍ବତନ ସିଇଓ ଏଲନ୍ ମସ୍କ ସବୁବେଳେ ଚର୍ଚ୍ଚିତ ଚେହେରା । ଏମିତିକି ଖବରର ହେଡଲାଇନ୍‌ରେ ରହିଥାନ୍ତି ମକ୍ସ । ଏଥର ଲାଇମଲାଇଟରେ ଆସିବାର କାରଣ ଟ୍ୱିଟର କିମ୍ବା ତାଙ୍କର କୌଣସି ଟ୍ୱିଟ୍ ନୁହେଁ । ବରଂ ଏଥର ଚର୍ଚ୍ଚା କିନ୍ତୁ ନିଜ ପର୍ସନାଲ ଲାଇଫ୍‌କୁ ନେଇ ।

ସୋସିଆଲ ମିଡିଆରେ ବାଇରାଲ ହେଉଛି ତାଙ୍କର ଗୋଟିଏ ଫଟୋ । ଯେଉଁଥିରେ ସେ ରୋବଟ୍‌କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । ଫଳରେ ଚର୍ଚ୍ଚା ଏବେ ଡବଲ୍ । କେହି କେହି କହୁଛନ୍ତି ମସ୍କଙ୍କର ରୋବୋଟ୍ ଓ୍ୱାଇଫ୍ । ବାସ୍ତବରେ, ଏଲନ୍ ମସ୍କର କମ୍ପାନୀ ଟେସଲା ଲୋକମାନଙ୍କୁ ପ୍ରଥମ ରୋବଟ୍ ଅପ୍ଟିମସ୍ ଦେଖାଇବା ମାତ୍ରେ ଏହି ଚିତ୍ରଗୁଡ଼ିକ କିଛି ସମୟ ପରେ ଇଣ୍ଟରନେଟରେ ଭାଇରାଲ୍ ହେବାକୁ ଲାଗିଥିଲା । ତେବେ ପ୍ରକୃତରେ ଘଟଣାରେ କେତେ ରହିଛି ସତ୍ୟତା ଆସନ୍ତଉ ଜାଣିବା ।

ସୂଚନା ଥାଉକି, ଏହି ଚିତ୍ରଗୁଡ଼ିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟୁଲ୍ ସାହାଯ୍ୟରେ କରାଯାଇଛି । ସେଗୁଡିକ ଟ୍ୱିଟରରେ ଡାନିଏଲ୍ ମାଭର୍ନ ନାମକ ଜଣେ ଉପଭୋକ୍ତା ସେୟାର କରିଛନ୍ତି । ଡାନିଏଲ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ ଏଲୋନ୍ ମସ୍କ ଭବିଷ୍ୟତର ପତ୍ନୀ ଘୋଷଣା କରିଛନ୍ତି । ଏହା ହେଉଛି ପ୍ରଥମ ମହିଳା ରୋବଟ୍ ଯାହା ଏଲୋନ୍ ମସ୍କ ତାଙ୍କ କଳ୍ପନା ଅନୁଯାୟୀ ସ୍ୱତନ୍ତ୍ର ଭାବେ ତିଆରି କରିଛନ୍ତି । ଏପରି ବ୍ୟକ୍ତିତ୍ୱ ଏବଂ ବୈଶିଷ୍ଟ୍ୟ ବିଶିଷ୍ଟ ମହିଳା ଖୋଜିବା କଷ୍ଟକର । କାରଣ ପୃଥିବୀରେ ଏପରି କୌଣସି ବ୍ୟକ୍ତି ନାହାଁନ୍ତି ଯାହାର ଏହି ସମସ୍ତ ଗୁଣ ଅଛି ।

ଟ୍ୱିଟ୍‌ରେ ସେ ଆହୁରି ଲେଖିଛନ୍ତି ଯେ, କ୍ୟାଟନିଲା ରୋବୋଟ୍‌କୁ ସୌର ଶକ୍ତି ସହିତ ଚାର୍ଜ କରାଯାଇଛି । ମନୁଷ୍ୟ ଭଳି ଅନୁଭବ ପାଇଁ ଏଥିରେ ସେନସର ଅଛି । ଶେଷରେ ଡାନିଏଲ ମାଭର୍ନ ଲେଖିଛନ୍ତି ଯେ ଏହି ପୋଷ୍ଟଟି ହେଉଛି AI ପ୍ରତି ବିପଦ ସ୍ପଷ୍ଟ କରିବା । ଏଥିରୁ ସ୍ପଷ୍ଟ ଯେ ଏହି ଚିତ୍ରଗୁଡ଼ିକ AI ରୁ ନିର୍ମିତ । ଏବଂ ଏଲୋନ୍ ମସ୍କର କୌଣସି ରୋବଟ୍ ପତ୍ନୀ ନାହାଁନ୍ତି । ଏଠାରେ କହିରଖୁ ଯେ, ନିକଟରେ ଟ୍ୱିଟର ସିଇଓ ପଦ ଛାଡିଥିଲେ ମସ୍କ । ଲିଣ୍ଡା ୟାକାରିନୋଙ୍କୁ କମ୍ପାନୀର ନୂତନ ସିଇଓ ଭାବରେ ନିଯୁକ୍ତ କରାଯାଇଛଇ ।

   Related Posts