ମଣିଷ ମୁଣ୍ଡରେ ଲାଗିଲା ଚିପ୍, ଭବନା ଦ୍ୱାରା କମ୍ପ୍ୟୁଟରକୁ କରି ହେଉଛି କଣ୍ଟ୍ରୋଲ, ମସ୍କଙ୍କ କମ୍ପାନି କରୁଛି କମାଲ

Published By : Prameya-News7 Bureau | February 20, 2024 IST

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ଏଲନ ମସ୍କ ଭବିଷ୍ୟତ ଦୁନିଆ ତିଆରି କରିବାରେ ଲାଗିଛନ୍ତି । ତାଙ୍କର ଅନେକ କମ୍ପାନି ମଧ୍ୟରୁ ନ୍ୟୁରାଲିଙ୍କ ଗୋଟିଏ । ଏହି କମ୍ପାନି ମଣିଷ ମସ୍ତିସ୍କରେ କମ୍ପ୍ୟୁଟର ଚିପ୍ ଫିଟ୍ କରୁଛି, ଯାହା ପରେ କେବଳ ଭାବିବା ମାତ୍ରେ କମ୍ପ୍ୟୁଟର ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟକୁ କଣ୍ଟ୍ରୋଲ କରିପାରିବ । ଏଲନ ମସ୍କ କହିଛନ୍ତି ଯେ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି ଏବଂ ପ୍ରଥମ ରୋଗୀ ଉପରେ ଏହା ସଫଳ ହୋଇଛି ।

ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ ନ୍ୟୁରାଲିଙ୍କର ବିକଶିତ ଉପରେ ଆଲୋଚନା କରି କହିଛନ୍ତି ଯେ ଜଣେ ରୋଗୀଙ୍କ ମସ୍ତିସ୍କରେ ଏହାକୁ ରୋପଣ କରାଯାଇଥିଲା । ଏବଂ ବ୍ୟକ୍ତି ଜଣକ ଚିନ୍ତା କରିବା ମାତ୍ରେ ମାଉସ୍ କଣ୍ଟ୍ରୋଲ୍ କରିପାରୁଛନ୍ତି । ସେ କହିଛନ୍ତି, ଏହି ପରୀକ୍ଷଣରେ ଭଲ ଉନ୍ନତି ଦେଖିବାକୁ ମିଳୁଛି ଏବଂ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ହେଉଛି । ନ୍ୟୁରଲ ଇଫେକ୍ଟସ ସହ ଏହା ଏବେ ବିଲକୁଲ୍ ଠିକ୍ ଅଛି ।

wp:html /wp:html

ଏଲନ ମସ୍କ କହିଛନ୍ତି ଯେ ରୋଗୀ ନିଜ ଭାବନା ଦ୍ୱାରା ସ୍କ୍ରିନରେ ମାଇସ୍ କର୍ସର ଏବଂ ପଇଣ୍ଟର ବୁଲିବ । ଏହା ବ୍ୟତୀତ ଏବେ କମ୍ପାନି ଏହି ରୋଗୀଙ୍କ ସହ ସାହାଯ୍ୟରେ ଅଧିକରୁ ଅଧିକ ମାଉସ୍ କ୍ଲିକ୍ସ କରିବା ପାଇଁ ଉଦ୍ୟମ କରୁଛି । ଉଲ୍ଲେଖଯୋଗ୍ୟ, କମ୍ପାନି ପକ୍ଷରୁ ଗତ ମାସରେ ମଣିଷଠାରେ ଏହି ଚିପ୍‌କୁ ରୋପଣ କରାଯାଇଥିଲା ଏବଂ ଗତ ବର୍ଷ ସେପ୍ଟେମ୍ୱରର ମାନବ ପୀରକ୍ଷଣ ପାଇଁ ଅନୁମତି ଦିଆଯାଇଥିଲା ।

ନ୍ୟୁରାଲିଙ୍କକୁ ନେଇ ଦାବି କରାଯାଉଛି ଯେ ସଫଳ ଟେଷ୍ଟିଂ ପରେ ଏହି ଚିପକୁ ସେହି ରୋଗୀଙ୍କ ଠାରେ ବ୍ୟବହାର କରାଯିବ, ଯେଉଁମାନେ ପାରାଲେସିସ୍ ଏବଂ ଅନ୍ୟ ଅକ୍ଷମତାର ସାମନା କରୁଛନ୍ତି । ଏବା ବ୍ୟତୀତ ଅଟିଜମ୍, ଡିପ୍ରେସନ ଏବଂ ସ୍କିଟଜୋଫ୍ରେନିୟା ପରି ମାନସିକ ରୋଗକୁ ମଧ୍ୟ ଠିକ୍ କରାଯାଇ ପାରିବ । ତେବେ ଏହି ଚିପ୍ କେତେ ସୁରକ୍ଷିତ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଏକ ରିପୋର୍ଟ ଅନୁସାରେ ୨୦୧୮ ପରେ ଏହି ଚିପ୍ ଟେଷ୍ଟିଂ ସମୟରେ ପ୍ରାୟ ୧୫୦୦ ଜୀବଙ୍କ ମୃତ୍ୟୁ ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.