୨୩ ବର୍ଷର ଝିଅ ସହିତ ରେଷ୍ଟୁରାଣ୍ଟରେ ନଜର ଆସିଲେ ଏଲୋନ୍ ମସ୍କ, ଭାଇରାଲ ହେଲା ରୋମାଣ୍ଟିକ୍ ଫଟୋ...

Published By : Prameya-News7 Bureau | May 31, 2022 IST

ନୂଆଦିଲ୍ଲୀ ୩୧/୦୫: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ସଦାସର୍ବଦା ଲାଇମଲାଇଟରେ ରହିଥାନ୍ତି । ତାଙ୍କର ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ଏବେ ପୁଣିଥରେ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କ ନୂଆ ଗର୍ଲଫ୍ରେଣ୍ଡ ସହ ରୋମାନ୍ସ କରୁଥିବା କ୍ୟାମେରାରେ ଧରାପଡିଥିଲେ ।

ସେ ଫ୍ରାନ୍ସର ସେଣ୍ଟ ଟ୍ରପେଜରେ ଅଷ୍ଟ୍ରେଲୀୟ ଅଭିନେତ୍ରୀ ନତାଶା ବ୍ୟାସେଟଙ୍କ ସହ ଲଞ୍ଚ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଛି । ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମସ୍କ ଏବଂ ବ୍ୟାସେଟ ଲଞ୍ଚ ପାଇଁ ଶୈବଲ ବ୍ଲାନକ ହୋଟେଲକୁ ଯାଇଥିଲେ । ଯେଉଁଠି ଗୋଟିଏ ରାତିର ଭଡା ୧ ଲକ୍ଷରୁ ଆରମ୍ଭ ହୋଇଥାଏ । ଲଞ୍ଚ ପରେ ଉଭୟଙ୍କୁ ସମୁଦ୍ର କୂଳରେ ଏକାଠି ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

wp:gallery {"linkTo":"none"} /wp:gallery

ବିଶେଷ କଥା ହେଉଛି ୨୭ ବର୍ଷୀୟ ନତାଶା ନତାଶା ୫୦ବର୍ଷୀୟ ମସ୍କଙ୍କର ସର୍ବକନିଷ୍ଠ ଗର୍ଲଫ୍ରେଣ୍ଡ । ସେ ୫୪ ହଜାର ଟଙ୍କା ମୂଲ୍ୟର ଏକ ଜାଡିଗ୍ ଏବଂ ଭୋଲ୍ଟେୟାର ପୋଷାକରେ ସୁନ୍ଦର ଦେଖାଯାଉଥିଲେ । ଏହି ସାକ୍ଷାତ ସମୟରେ ମସ୍କ ଏକ ଧୂସର ଟି-ସାର୍ଟ ଏବଂ କଳା ଜିନ୍ସରେ ଦେଖିବାକୁ ମିଳିଥିଲା । ଖବର ମୁତାବକ, ଏହି ଦମ୍ପତ୍ତି ଚଳିତ ବର୍ଷ ଫେବୃଆରୀ ମାସରୁ ପରସ୍ପରକୁ ଡେଟ କରୁଥିଲେ ।

ଯେତେବେଳେ ସେମାନେ ଲସ୍କ ମସ୍କଙ୍କ ପ୍ରାଇଭେଟ ଜେଟରେ ଲସ୍ ଏଞ୍ଜେଲସରେ ଅବତରଣ କରିଥିଲେ । ଡିସେମ୍ବର ୨୦୨୧ ରେ, ପୂର୍ବତନ ଗର୍ଲଫ୍ରେଣ୍ଡ ଗ୍ରିମସ୍ ଏକ ସରୋଗେଟ୍ ମାଧ୍ୟମରେ ମସ୍କ ସହିତ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ । ଅମ୍ବର ହେର୍ଡ ଏବଂ ବ୍ରିଟିଶ ଅଭିନେତ୍ରୀ ତଲୁଲା ରିଲେ ମଧ୍ୟ ପୂର୍ବରୁ ମସ୍କର ଗର୍ଲଫ୍ରେଣ୍ଡ ଥିଲେ ।

wp:html /wp:html

ସୂଚନା ଥାଉକି, ୧୯ ବର୍ଷ ବୟସରେ ବ୍ୟାସେଟ ଅଷ୍ଟ୍ରେଲିଆରୁ ଆମେରିକାକୁ ସିଫ୍ଟ କରିଯାଇଥିଲେ । ସେ ପ୍ରଥମେ ନ୍ୟୁୟର୍କରେ କାମ କରିଥିଲେ ଏବଂ ପରେ ଲସ୍ ଆଞ୍ଜେଲସ୍ କୁ ଚାଲିଗଲେ । ଏଠାରେ କହିରଖୁ ଯେ, ୫୦ ବର୍ଷୀୟ ମସ୍କ ୭ ସନ୍ତାନର ଜନକ । ତାଙ୍କର ତିନିଥର ଛାଡପତ୍ର ସରିଛି । ଏଥିରୁ ଦୁଇଥର ତାଙ୍କୁ ଜଣେ ମହିଳାଙ୍କଠାରୁ ଦୁଇଥର ଛାଡପତ୍ର ନେବାକୁ ପଡିଛି ।

ମସ୍କ ପ୍ରଥମ ପତ୍ନୀ ଜଷ୍ଟିସ ଓ୍ୱିଲ୍ସନ ଓଣ୍ଟୋରିୟାରେ ପରସ୍ପରକୁ ଭେଟିଥିଲେ । ସେତେବେଳେ ଦୁଇଜଣ ଏକାଠି ପାଠ ପଢୁଥିଲେ । ୨୦୦୦ ରେ ଦୁଇଜଣ ବିବାହ କରିଥିଲେ । ପରେ ୨୦୦୮ରେ ଦୁଇଜଣଙ୍କର ବିଚ୍ଛେଦ ହୋଇଯାଇଥିଲା । ଏହି ବିବାହରୁ ତାଙ୍କର ୫ ସନ୍ତାନ ଜନ୍ମ ନେଇଥିଲେ । ଏହାପରେ ମସ୍କବ୍ରିଟିଶ ଅଭିନେତ୍ରୀ ତଲ୍ଲୁହା ରିଲେଙ୍କୁ ଭେଟିଥିଲେ ।

wp:gallery {"linkTo":"none"} /wp:gallery

୨୦୧୦ରେ ଦୁଇଜଣ ବିବାହ କରିଥିଲେ । ପରେ ୨୦୧୨ରେ ବିଛେଦ ହୋଇଥିଲା । କିନ୍ତୁ ୨୦୧୩ରେ ଦୁଇଜଣ ପୁଣିଥରେ ବିବାହ କରିଥିଲେ । ପରେ ୨୦୧୬ରେ ପୁଣିଥରେ ଅଲଗା ହୋଇଗଲେ । ପରେ ମକ୍ସ ଏମ୍ୱର ହାର୍ଡଙ୍କ ସହ ରିଲେସନରେ ରହିଲେ ।

କିନ୍ତୁ ବର୍ଷେ ତିଷ୍ଠିପାରିଲାନି ଏମାନଙ୍କ ସମ୍ପର୍କ ଗୋଟିଏ ବର୍ଏଷ ଚାଲିଲା, ଏବଂ ସେମାନେ ଅଲଗା ହୋଇଗଲେ । ୨୦୧୮ରେ କଣ୍ଠଶିଳ୍ପୀ ଗ୍ରିମ୍ସଙ୍କ ସାଥ ଡେଟିଂ କରୁଥିବା ଚର୍ଚ୍ଚା ହେଉଥିଲା । ଦୁଇଜଣଙ୍କର ଗୋଟିଏ ସନ୍ତାନ ବି ଅଛି । କିନ୍ତୁ ୨୦୨୧ ସେପ୍ଟେମ୍ୱରରେ ଦୁହେଁ ଅଲଗା ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.