ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଏଲନ ମସ୍କ ହେଲେ ଟାଇମ୍ ‘ପର୍ସନ୍ ଅଫ୍ ଦ ୟର୍’: ଏଡିଟର୍ କହିଲେ, ପୃଥିବୀରେ ସମ୍ଭବତଃ କିଏ ତାଙ୍କ ଭଳି ପ୍ରଭାବଶାଳୀ ଥିବ

13/12/2021 at 9:33 PM

ନୂଆଦିଲ୍ଲୀ ୧୩/୧୨ : ଟେସ୍ଲା ଓ ସ୍ପେସଏକ୍ସ ପ୍ରମୁଖ ଏଲନ ମସ୍କଙ୍କୁ ଟାଇମ ମାଗାଜିନ ‘ପର୍ସନ ଅଫ ଦ ୟର’ ଘୋଷଣା କରିଛି। ଟାଇମ ମାଗାଜିନର ‘ପର୍ସନ ଅଫ ଦ ୟର’ ଆଖ୍ୟା ଦୁନିଆରେ କୌଣସି ବ୍ୟକ୍ତି ବା ସଂସ୍ଥାର ପ୍ରଭାବଶାଳୀ ହେବାର ପରିଚୟ ବୋଲି କୁହାଯାଏ। ଟାଇମ ଏଡିଟର-ଇନ-ଚିଫ ଏଡ଼ୱାର୍ଡ଼ ଫେଲସେନ୍ଥଲ ମସ୍କଙ୍କ ସମ୍ପର୍କରେ କହିଛନ୍ତି ଯେ ବର୍ତ୍ତମାନ ପୃଥିବୀରେ କିମ୍ବା ପୃଥିବୀ ବାହାରେ ସମ୍ଭବତଃ କେହି ଥିବ ଯାହାର ପ୍ରଭାବ ଏଲନ ମସ୍କଙ୍କ ଠାରୁ ଅଧିକ ଥିବ।

ଆଗକୁ ସେ କହିଛନ୍ତି, ୨୦୨୧ରେ ମସ୍କ କେବଳ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ନୁହନ୍ତି ବରଂ ସମାଜରେ ହୋଇଥିବା ବଡ ପରିବର୍ତ୍ତନର ସବୁଠାରୁ ବଡ ପରିଚାୟକ ଭାବେ ମଧ୍ୟ ପରିଚିତ।

୧୯୨୭ ରୁ ଟାଇମ ମାଗାଜିନ ‘ମ୍ୟାନ ଅଫ ଦ ୟର’ ଆଖ୍ୟା ଦେଇଆସୁଛି। ପରେ ସବୁ କ୍ଷେତ୍ରରେ ମହିଳାଙ୍କ ବୃଦ୍ଧି ପାଉଥିବା ଭାଗିଦାରୀକୁ ଦୃଷ୍ଟିରେ ରଖି ମାଗାଜିନ ଏହି ଆଖ୍ୟାକୁ ‘ପର୍ସନ ଅଫ ଦ ୟର’କୁ ପରିବର୍ତ୍ତନ କରିଥିଲା। ୨୦୨୦ ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ କମଳା ହାରିସଙ୍କୁ ‘ଟାଇମ ପର୍ସନ ଅଫ ଦ ୟର’ ଚୟନ କରାଯାଇଥିଲା।

ଟାଇମ ମାଗାଜିନ ତରଫରୁ ପ୍ରତି ବର୍ଷ ଦିଆଯାଉଥିବା ଏହି ଆଖ୍ୟା ମସ୍କ ଦିଆଯିବା ନିଷ୍ପତ୍ତିକୁ ନେଇ ଟାଇମର ରାଜନୈତିକ ରିପୋର୍ଟର କହିଛନ୍ତି ଯେ ଆମେରିକା ଜୀବନରେ ପ୍ରତି ବର୍ଷ ଏଲନ ମସ୍କର ବଢୁଥିବା ପ୍ରଭାବକୁ ନଜର ଅନ୍ଦାଜ କରିବା ମୁସ୍କିଲ। ତାଙ୍କର ଗୋଟିଏ ରକେଟ କମ୍ପାନୀ ଅଛି, ଯାହାର ସ୍ପେସ ବ୍ୟବସାୟ ଉପରେ ପୁରା ପ୍ରଭାବ ରହିଛି। ତାଙ୍କର ଗୋଟିଏ ଇଲେକ୍ଟ୍ରିକ କାର କମ୍ପାନୀ ଅଛି। ଟ୍ୱିଟରରେ ତାଙ୍କର ୬.୫ କୋଟି ଫଲୋୟର୍ସ ଅଛନ୍ତି।

   Related Posts